Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ଉତ୍ତର ତଥ୍ୟଠୁ ଦୂରରେ: ଜୟନାରାୟଣ

ଭୁବନେଶ୍ବର:  କୋଭିଡ୍‌ ନୁହେଁ ସମସ୍ତ ସ୍ବାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି ବୋଲି କହିଲେ ଜୟନାରାୟଣ। ମୁଲତବି ଆଲୋଚନାରେ ମନ୍ତ୍ରୀଙ୍କ ଉତ୍ତର ପ୍ରକୃତ ତଥ୍ୟ ଠାରୁ ବହୁତ ଦୂରରେ। ସରକାର ଶ୍ରେୟ ନେବାକୁ ଅନେକ କାମ କଲେ। ଲୋକମାନଙ୍କୁ ସାମାନ୍ୟ ଲକ୍ଷଣ ଥାଇ ହସ୍ପିଟାଲ ନେଲେ କିନ୍ତୁ ଦୁଇ କିମ୍ବା ତିନି ଦିନରେ ଛାଡ଼ି ଦେଲେ। କିଡନୀ, ହାର୍ଟ ରୋଗୀଙ୍କୁ ମେଡ଼ିକାଲରେ ଭର୍ଭି କରାଗଲା ହେଲେ କେହି ଦେଖିବାକୁ ଗଲେ ନାହିଁ। ଜ୍ବର ହେଉଛି କିନ୍ତୁ କୋଭିଡ୍‌ ହୋଇ ନ ଥିବା ରିପୋର୍ଟ ଥାଇ ଆଡମିଟ କରାଯାଉନି।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ବିରୋଧଙ୍କ ପକ୍ଷରୁ ମୁଲତବୀ ନୋଟିସ ଅଣାଯାଇଥିଲା। ଏହାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗ୍ରହଣ କରିଥିଲେ। ପରେ ଏହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ବିବୃତି ରଖିଥିଲେ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ନେଇ କଂଗ୍ରେସ ସରକାରଙ୍କୁ ଘେରିଥିଲା। ରାଜ୍ୟ ସରକାର କରୋନା ତଥ୍ୟ ଲୁଚାଉଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ। ପ୍ରଶ୍ନ ପଚାରିଲେ ସରକାର ତଥ୍ୟ ସଂଗ୍ରହ କରୁଛନ୍ତି । ପ୍ରତ୍ୟହ ୧୦ ହଜାର ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ସରକାର କହୁଛନ୍ତି ୩ରୁ୪ ହଜାର। ରାଜ୍ୟ ଜନସଂଖ୍ୟାରୁ ୭୨ ଲକ୍ଷ ଲୋକ ପଜିଟିଭ ବାହାରିବେ। ଟିଏମସିରେ କେତେ ଖର୍ଚ୍ଚ ହେଲା ଓ କେତେ ଟେଷ୍ଟହେଲା ତାହାର ତଥ୍ୟ ସରକାର ଲୁଚାଉଛନ୍ତି ବୋଲି ଶ୍ରୀ ସାଲୁଜା କହିଥିଲେ। ଏଥିସହ ପ୍ରତି ବ୍ଲକରେ ଦୈନିକ ୫୦୦, ଜିଲ୍ଲାରେ ୫ ହଜାର କୋଭିଡ ଟେଷ୍ଟ କରାଯିବାକୁ ସେ ଦାବି କରିଥିଲେ।

Comments are closed.