କରୋନା: ଦେଶରେ ୮୧ ୪୮୪ ନୂଆ ଆକ୍ରାନ୍ତ; ୧୦୯୫ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୮୧ ହଜାର ୪୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୦୬୮ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧,୦୯୫ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି।
ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୪୨ ହଜାର ୨୧୭ଜଣ ସକ୍ରିୟ ରୋଗୀ ଥିବାବେଳେ ୫୩ ଲକ୍ଷ ୫୨ ହଜାର ୨୧୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।