Odisha Link
Bridging the Missing Links in Odisha

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କୁ କରୋନା

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସହ ତାଙ୍କ ପତ୍ନୀ ମେଲେନିଆଙ୍କୁ ମଧ୍ୟ କରୋନା। ଦୁହେଁ ଏବେ କ୍ବାରେଣ୍ଟିନରେ ରହିଛନ୍ତି। ରାଷ୍ଟ୍ରପତିଙ୍କ ମହିଳା ସହଯୋଗୀ ହୋପ ହିକ୍ସ ମଧ୍ୟ କରୋନାରେ ସଂକ୍ରମି। ହିକ୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ କରୋନା ଟେଷ୍ଟ କରିଥିଲ।

ପୂର୍ବରୁ ଟ୍ରମ୍ପ ଓ ମେଲେନିଆ ନିଜକୁ କ୍ବାରାଣ୍ଟାଇନରେ ରଖିଥିଲେ। କେବଳ ସେମାନେ ନିଜର ଟେଷ୍ଟ ରିପୋର୍ଟ ଅପେକ୍ଷାରେ ଥିଲେ। ଟ୍ରମ୍ପ ଏକଥା ଟ୍ବିଟ୍ କରି ଜଣାଇଛନ୍ତି। ସେ କହିଛନ୍ତି ଆଜି ମୁଁ ଓ ଫାଷ୍ଟ ଲେଡି କରୋନାରେ ସଂକ୍ରମିତ। ଆମେ ଆମର କ୍ବାରଣ୍ଟାଇନ୍ ଓ ସୁସ୍ଥ ହେବା ପ୍ରକ୍ରିୟା ଆରମ୍ଭ କରି ଦେଇଛୁ।

Comments are closed.