Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୩୬୦୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୬୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୩୩୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୯୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୩୬୦୦ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୦୭, ବରଗଡରୁ ୧୦୬, ଭଦ୍ରକରୁ ୮୨, ବଲାଙ୍ଗିରରୁ ୯୯, ବୋଦ୍ଧରୁ ୪୭, କଟକରୁ ୩୫୮, ଦେବଗଡରୁ ୧୧, ଢେଙ୍କାନାଳରୁ ୪୭, ଗଜପତିରୁ ୧୯, ଗଂଜାମରୁ ୩୧, ଜଗତସିଂହପୁରରୁ ୭୩, ଯାଜପୁରରୁ ୧୩୯, ଝାରସୁଗୁଡାରୁ ୪୧, କଳାହାଣ୍ଡିରୁ ୫୧, କନ୍ଧମାଳରୁ ୯୭, କେନ୍ଦ୍ରାପଡାରୁ ୧୨୯, କେନ୍ଦୁଝରରୁ ୧୦୬, ଖୋର୍ଦ୍ଧାରୁ ୭୬୬ କୋରାପୁଟରୁ ୬୬, ମାଲକାନଗିରିରୁ ୪୬, ମୟୂରଭଂଜରୁ ୧୫୬, ନବରଙ୍ଗପୁରରୁ ୧୧୬, ନୟାଗଡରୁ ୭୪, ନୂଆପଡାରୁ ୮୪, ପୁରୀରୁ ୧୧୫, ରାୟଗଡାରୁ ୩୨, ସମ୍ବଲପୁରରୁ ୧୨୬, ସୋନପୁରରୁ ୧୨୯ ଏବଂ ସୁନ୍ଦରଗଡରୁ ୮୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୧୫୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.