Odisha Link
Bridging the Missing Links in Odisha

ପିଚୁ କାରଖାନାରେ ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁରରେ ପିଚୁ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇଯାଇଛି। ୪ଟି ଦମକଳ ବାହିନୀ ୪ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ୟମ କରିବା ପରେ ନିଆଁ ଆୟତ ହୋଇଥିଲା।

ପ୍ରକାଶ ଯେ, ସମ୍ବଲପୁର ଜୟନ୍ତପୁର ଛକରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ପାଇପ୍ ଫାଟିବାରୁ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ୱିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିବା ପରେ ଭୟଙ୍କର ରୂପ ଧାରଣ କରିଥିଲା ନିଆଁ। ସମ୍ବଲପୁରର ୩ଟି ଦମକଳ ୟୁନିଟ୍ ଏବଂ ମାନେସରର ଗୋଟିଏ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ସୂଚନା ନାହିଁ।

Comments are closed.