Odisha Link
Bridging the Missing Links in Odisha

ଲୋକାର୍ପିତ ହେଲା ଇନ୍ଦ୍ରାବତୀ ବିତ୍ୟୁତ ପ୍ରକଳ୍ପ

କଳାହାଣ୍ଡି: କଳାହାଣ୍ଡି ବାନେର ଠାରେ ଲୋକାର୍ପିତ ହୋଇଛି ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ ଜୟପାଟଣା, କଲମପୁର ଓ କୋକସରା ବ୍ଲକ ବାସୀଙ୍କୁ ବିଜୁଳି ଯୋଗାଣ କରାଯିବ।

ଦୀର୍ଘ ୨ ଦଶନ୍ଧି ପରେ କଳାହାଣ୍ଡିବାସୀ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ପାଇବେ। ଆଗାମୀ ବର୍ଷେ ମଧ୍ୟରେ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ଏହି ପ୍ରକଳ୍ପରୁ ବିଜୁଳି ସଂଯୋଗ ହେବ ବୋଲି ଜଣାଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଊପସ୍ଥିତ ଥିଲେ।

Comments are closed.