Odisha Link
Bridging the Missing Links in Odisha

ବିଏସଏନଏଲ ଟାଓ୍ବାର ଭାଙ୍ଗି ନିଆଁ ଲଗାଇଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା ବିଏସଏନଏଲ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ। ପ୍ରାୟ ୧୫ ଜଣ ସଶସ୍ତ୍ର ନକ୍ସଲ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ବଂସ କରିବା ସହ ରାଜ ରାସ୍ତା ଉପରେ ପଥର ଓ ମାଓ ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ।

ଆଜି ସକାଳେ ସିଆରପିଏଫ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇଛନ୍ତି। ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତଠାରୁ ମାତ୍ର ଦୁଇ କିଲୋମିଟର ଦୂର ଜାତୀୟ ରାଜପଥ ଉପରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି। ଯାହାକୁ ନେଇ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ମାଲକାନଗିରି ଏସପି କହିଛନ୍ତି।

Comments are closed.