ଅନଲାଇନ ଗେମ୍ ନେଲା ଜୀବନ

ଯୋଡ଼ା: ଅନଲାଇନ ଗେମ୍ ହେଲା କାଳ। ଅନଲାଇନରେ ଗେମ୍ ପାଇଁ ଜଣେ ଛାତ୍ରଙ୍କ ଜୀବନ ଚାଲି ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଯୋଡ଼ାରେ ଦେଖିବାକୁ ମିଳିଛି। ମୃତ ଛାତ୍ର ଜଣକ ହେଲେ କମାରଯୋଡ଼ାର ବିନୋଦ ଆପଟ୍ଟଙ୍କ ପୁଅ ଅମିତାଂଶୁ ଆପଟ୍ଟ (୧୩)। ଅନଲାଇନ ଗେମ ଖେଳି ଟଙ୍କା ହରାଇବା ପରେ ବାପା ତାଗିଦ କରିବାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି।
ସୂଚନା ମୁତାବକ, ଅମିତାଂଶୁ ମୋବାଇଲରେ ଅନଲାଇନରେ ପାଠପଢ଼ିବା ସହ ବିଭିନ୍ନ ଗେମ ଖେଳି ସମୟ ବିତାଉଥିଲେ। କିଛି ଦିନ ତଳେ ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୧ ହଜାର ଟଙ୍କା କଟି ଯାଇଥିଲା। ବାପା ମା’ ବ୍ୟାଙ୍କ ଶାଖାକୁ ଯାଇ ବୁଝିବାରୁ ଅନଲାଇନ ଗେମ ଖେଳିବା ଯୋଗୁଁ ଟଙ୍କା କଟିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଗତିକାଲି ରାତିରେ ବାପା ବିନୋଦ ଅମିତାଂଶୁଙ୍କୁ ତାଗିଦ କରିଥିଲେ। ଏଥିରେ ଅମିତାଂଶୁ ମ୍ରିୟମାଣ ହୋଇଯାଇଥିଲେ। ସକାଳେ ଶୌଚ ହେବାକୁ ପାଇଖାନା ଯାଇ ଭିତରେ ଶାଢ଼ି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଅମିତାଂଶୁଙ୍କୁ ମୃତ ଘୋଷଣା କରିଥିଲେ।