Odisha Link
Bridging the Missing Links in Odisha

କରୋନା ଘରୋଇ ଚିକିତ୍ସା ପାଇଁ ସରକାର ଯୋଗାଇଦେବେ ଔଷଧ

ଭୁବନେଶ୍ୱର: କରୋନା ମହାମାରି କମିବାର ନାଁ ଧରୁନି । ଏହା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ସହିତ ଭ୍ୟାକସିନ୍ କେବେ ବାହାରିବ ତାହା ଜଣା ପଡ଼ି ନାହିଁ ।

କରୋନାରୁ ସତର୍କ ରହିବା ପାଇଁ ଡାକ୍ତର ମଧ୍ୟ ବିଭିନ୍ନ ପରାମର୍ଶ ଦେଉଛନ୍ତି। ତେବେ ଏସସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ଏକ ଖାସ୍ ପରାମର୍ଶ ଦେଇଛନ୍ତି।

ଜୟନ୍ତ ପଣ୍ଡା କହିଛନ୍ତି, ହୋମ୍ ଆଇସୋଲେସନରେ ରହୁଥିବା ବ୍ୟକ୍ତି ଫାଭିପିରାଭିର ଖାଇପାରିବେ। ତେବେ ଏହି ମେଡିସିନ୍ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଦେଲେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସେ।

ସେ ଆହୁରି କହିଛନ୍ତି, ଠିକ୍ ଭାବେ ସେବନ କଲେ ଜ୍ୱର, କାଶର ପ୍ରାଦୁର୍ଭାବ କମିଯାଇପାରିବ। ରୋଗୀଙ୍କୁ ପାଞ୍ଚ ଦିନ ପାଇଁ ଫାଭିପିରାଭିର ଦେବା ବ୍ୟବସ୍ଥା କରାଯାଇଛି।

ଲକ୍ଷଣହୀନ ରୋଗୀଙ୍କୁ ଏହା ଦିଆଯାଏ ନାହିଁ, ଲକ୍ଷଣଯୁକ୍ତ ରୋଗୀଙ୍କୁ ଦିଆଯାଏ। ଗର୍ଭବତୀ ମହିଳା, ଛୋଟ ପିଲା ଫାଭିପିରାଭିର ଖାଇପାରିବେ ନାହିଁ।

ରୋଗ ଚିହ୍ନଟ ହେବା ମାତ୍ରେ ପ୍ରଥମ ଦିନରୁ ଫାଭିପିରାଭିର ଦିଆଯାଇପାରିବ। କଟକ, ଭୁବନେଶ୍ୱର ଓ ପୁରୀରେ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଛି। ଫାଭିପିରାଭିର ଖାଇଲା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିଲେ ଡାକ୍ତରଙ୍କୁ ଜଣାନ୍ତୁ। ପତଳା ଝାଡ଼ା ହେଲେ, ପେଟ କାଟିଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

ଫାଭିପିରାଭିର ମେଡିସିନ୍ ଡୋଜ୍ ନେଇ ଡାକ୍ତର ସଂପଦ ଦାସ କହିଛନ୍ତି, ଫାଭିପିରାଭିର ପ୍ରଥମ ଦିନ ସକାଳେ ୯ ଓ ରାତିରେ ୯ଟି ବଟିକା ଖାଇବେ।

୨ୟରୁ ପଞ୍ଚମ ଦିନ ପର୍ଯ୍ୟନ୍ତ ସକାଳେ ୪ଟି ଓ ରାତିରେ ୪ଟି ବଟିକା ଖାଇବେ। ଫାଭିପିରାଭିର ବା କୌଣସି ଔଷଧ ଖାଇଲେ ମଦ୍ୟପାନ ନକରିବା ଉଚିତ। ଫାଭିପିରାଭିର ସହ ନିଜର ପୂର୍ବ ରୋଗ ପାଇଁ ଔଷଧ ବି ଖାଇପାରିବେ।

Comments are closed.