Odisha Link
Bridging the Missing Links in Odisha
Daily Archives

October 6, 2020

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ…

ଭୁବନେଶ୍ଵର: କଂଗ୍ରେସର କଟକ-ବାରବାଟୀ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।

କରୋନା: ରାଜ୍ୟରେ ଆଖି ବୁଜିଲେ ୧୬…

ଭୁବନେଶ୍ବର: ରାଜ୍ୟ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା। ଆଜି ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୪୦ ରେ ପହଞ୍ଚି ଯାଇଛି। https://twitter.com/HFWOdisha

କରୋନା: ରାଜ୍ୟରେ ୨୬୭୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୨୬୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୦୦୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।…

କୋଲ୍‌ ସ୍କାମ୍‌ରେ ଦିଲୀପ ରାୟ ଦୋଷୀ…

ଭୁବନେଶ୍ବର: କୋଲ୍‌ ସ୍କାମ୍‌ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ‌ୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲାର ଶୁଣାଣି କରି ସ୍ପେଶାଲ କୋର୍ଟ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୯୯୯ ମସିହାରେ ଝାଡଖଣ୍ଡର ବ୍ରହ୍ମଡିଆ କୋଇଲା ଖଣି ଆବଂଟନରେ ଅନିୟମିତତା ଅଭିଯୋଗ ଆସିଥିଲା। ସ୍ପେଶାଲ ଜଜ୍ ଭରତ…

ଜାହାଜରେ ରଶି ଲଗାଇ ଝୁଲି ପଡ଼ିଲେ ନାବିକ

ପାରାଦ୍ୱୀପ: କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଜଣେ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୋଷ୍ଟଗାର୍ଡର ରେଜିଆ ଶୁଲତାନା ନାମକ ଜାହାଜରେ ଘଟିଛି ଏଭଳି ଅଘଟଣ। ମୃତକଙ୍କ ନାମ ଏ. କେ. ଗୌତମନ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା। ତାଙ୍କ ଘର କେରଳ ବୋଲି ସୂଚନା ମିଳିଛି।…

କରୋନା: ଦେଶରେ ୬୧୨୬୭ ନୂଆ ପଜିଟିଭ…

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି। ୨୪ ଘଣ୍ଟାରେ ୬୧ ହଜାର ୨୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୮୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩ ହଜାର ୫୬୯କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ…

ବାୟୁସେନା ଦିବସ ଆଗରୁ ପାରାଚ୍ୟୁଟ ଟ୍ରୁପର…

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆସନ୍ତା ୮ ତାରିଖରେ ପାଳନ କରିବ ପ୍ରତିଷ୍ଠା ଦିବସ। ଏହା ଆଗରୁ ଚାଲିଛି ଜୋରଦାର ପ୍ରସ୍ତୁତି। ଏବେ ଗାଜିଆବାଦରେ ଅଭ୍ୟାସ କରୁଛନ୍ତି ପାରାଟ୍ରୁପସ୍ ଟିମ୍ । ଆକାଶଗଙ୍ଗା ପାରାଚୁଟ୍ ଟିମ୍ ଆକାଶରେ ଦେଖାଉଛନ୍ତି କଳାକୌଶଳ। ଭାରତୀୟ ବାୟୁସେନାର ସ୍କାଇ ଡାଇଭର୍ସ ଯବାନ…

ନକଲି ଜର୍ଦ୍ଦା କାରଖାନାରେ ପୋଲିସର ଚଢ଼ାଉ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ। ପ୍ରକାଶ ଯେ, ଭଦ୍ରକ ପୁରୁଣାବଜାର ଥାନା ପଠାନମହଲା ଠାରେ ଏକ ଘରେ ବିପୁଳ…

ଶ୍ରୀମନ୍ଦିର ଖୋଲିବା ଦାବିରେ ସେବାୟତଙ୍କ…

ପୁରୀ: ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ଦାବି ନେଇ ପୁଣି ସ୍ବର ଉଠାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିବା ଦ୍ବାରା ସେବାୟତମାନେ ଦୁର୍ଦ୍ଦିନରେ ସମୟ ବିତାଉଛନ୍ତି। ଏନେଇ…

ନକଲି ପୋଲିସ ଗାଡ଼ିରୁ ଦୁଇ ଅପରାଧୀ ଗିରଫ

ବାଲେଶ୍ବର: ଖନ୍ତାପଡ଼ା ଥାନା ଅଞ୍ଚଳରୁ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରିଥିବାର ସୂଚନା ମିଳିଛି। ଉଭୟଙ୍କ ନାମରେ ବହୁ ଅପରାଧିକ ମାମଲା ଥିବା କୁହାଯାଉଛି। ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲଗେଟ୍ ନିକଟରେ ଏକ ନାଲିବତି ଗାଡ଼ି…