Odisha Link
Bridging the Missing Links in Odisha

ନକଲି ଜର୍ଦ୍ଦା କାରଖାନାରେ ପୋଲିସର ଚଢ଼ାଉ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିକସ୍ଥ ପଠାମହାଲା ଠାରେ ଥିବା ନକଲି ଜର୍ଦ୍ଦା କାରଖାନାରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଠାବ ହେବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ।

ପ୍ରକାଶ ଯେ, ଭଦ୍ରକ ପୁରୁଣାବଜାର ଥାନା ପଠାନମହଲା ଠାରେ ଏକ ଘରେ ବିପୁଳ ପରମାଣର ନକଲି ଜର୍ଦ୍ଦା କାରଖାନା ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଖବର ପାଇ ଏକ ଟିମ ନେଇ ଉକ୍ତ ଘରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢାଉରେ ବିପୁଳ ପରିମାଣର ନାମିଦାମୀ କମ୍ପାନୀର ନକଲି ଜର୍ଦ୍ଦା ଜବତ କରିଛି।

ସେହିପରି ଘର ଭିତରୁ ନାମୀ କମ୍ପାନୀର ନକଲି ଲୋଗୋ , ଜର୍ଦ୍ଦା ପତି , ଲେବେଲ , ସେଣ୍ଟ ଓ ଅନ୍ୟାନ୍ୟ କେମିକାଲ ସାମଗ୍ରୀ ସହ କିଛି ଯନ୍ତ୍ରାଂଶ ଜବତ କରିଛି। ତେବେ ଜବତ ହୋଇଥିବା ଜର୍ଦ୍ଦାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଘଟଣାରେ ପୁରଣାବଜାର ପୋଲିସ ଜଣଙ୍କୁ ଅଟକ ରଖିବା ସହ ଏହି ନକଲି କାରବାରର ଲିଙ୍କ୍ ବିଷୟରେ ଅଧିକ ଖୋଳତାଡ଼ ଜାରି ରଖିଛି।

Comments are closed.