Odisha Link
Bridging the Missing Links in Odisha

ସିନେମା ହଲ୍ ପାଇଁ ଲାଗୁ ହେଲା ଏସଓପି

ନୂଆଦିଲ୍ଲୀ : କରୋନା କାରଣରୁ ସମସ୍ତ ସିନେମାହଲ ବନ୍ଦ କରାଯାଇଥିଲା । ଆସନ୍ତା ୧୫ ତାରିଖରୁ ଦେଶରେ ସିନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲାଯିବ । ଆଜି ଏଥିଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀପ୍ରକାଶ ଜାଭଡ଼େକରପକ୍ଷରୁ ଏସଓପି ଘୋଷଣା କରାଯାଇଛି ।

ଦେଶର ସମସ୍ତ ସିନେମା ହଲ୍, ଥିଏଟର ଓ ମଲଟିପ୍ଲେକ୍ସରେ ଏସବୁ ଏସଓପି ପାଳନ କରିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି । କିନ୍ତୁ କଣ୍ଟେନମେଣ୍ଟ ମଧ୍ୟରେ ଆସୁଥିବା ସିନେମା ହଲଗୁଡ଼ିକ ବନ୍ଦ ରହିବ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପି :

୧. ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର୍ ବ୍ୟବସ୍ଥା ରହିବ ।

୨. ପ୍ରତି ସିଟର ପାଖ ଦୁଇଟି ସିଟ୍ ଖାଲି ରହିବ । ଏସବୁ ସିଟରେ ‘କେହି ବସିପାରିବେ ନାହିଁ’ ବୋଲି ଲେଖା ରହିବ ।

୩. ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

୪. ସବୁ ସିନେମା ହଲ୍ ନିଜ କ୍ଷମତାର କେବଳ ୫୦ ପ୍ରତିଶତ ସିଟ ପୂରଣ କରିବେ ।

୫. ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ ।

୬. ଅନଲାଇନ ବୁକିଂକୁ ପ୍ରୋତ୍ସାହିତ କରାଯିବ ।

୭.ହଲ ଭିତରେ କେବଳ ପ୍ୟାକେଟ ଖାଦ୍ୟ ମିଳିପାରିବ ।

୮. ହଲ୍ ଭିତରକୁ ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କାନିଂ ବା ତାପମାତ୍ରା ମପାଯିବ ।

Comments are closed.