Odisha Link
Bridging the Missing Links in Odisha

ସାଂପ୍ରତିକ ସମୟରେ ବାକ୍‌ ସ୍ବାଧୀନତା ଅଧିକାରର ଅଧିକ ଦୁରୂପଯୋଗ ହେଉଛି- ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସାଂପ୍ରତିକ ସମୟରେ ବାକ୍‌ ସ୍ୱାଧୀନତାର ଅଧିକାରର ଅତ୍ୟଧିକ ଅପବ୍ୟବହାର ହେଉଛି ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଏ ଏସ୍‌ ବୋପନ୍ନା ଓ ଜଷ୍ଟିସ୍‌ ବି ରାମା ଶୁଭ୍ରମଣ୍ୟନ୍‌ ଖଣ୍ଡପୀଠ ଓଲେମା ଏ ହିନ୍ଦ ଓ ଅନ୍ୟମାନଙ୍କ ଯାଚିକାରେ ଶୁଣାଣି ସମୟରେ ଏଭଳି କହିଛନ୍ତି। କୋଭିଡ ୧୯ ସମୟରେ ତବଲିଗି ଜମାତର କାର୍ଯ୍ୟକ୍ରମକୁ ନେଇ କିଛି ମିଡିଆ ସାଂପ୍ରଦାୟିକ ବିଦ୍ବେଶ ସୃଷ୍ଟି କରୁଥିଲା ବୋଲି ଯାଚିକାରେ ଦର୍ଶାଯାଇଥିଲା।

ତେବେ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଖଣ୍ଡପୀଠ ସମାଲୋଚନା କରିଛନ୍ତି। ଏହି ସମୟରେ କହିବା ଓ ବାକ୍‌ ଅଧୀକାର ନିୟମର ସବୁଠୁ ଅଧିକ ଦୁରୂପଯୋଗ ହୋଇଛି ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର ସରକାର ନିଜର ମନ୍ତବ୍ୟରେ ଯାଚିକାକର୍ତ୍ତା ବାକ୍‌ ଅଧୀକାରକୁ ମକଚିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ଏନେଇ ଜମାତ୍ ପକ୍ଷର ବରିଷ୍ଠ ଓକିଲ ଦୃଷ୍ୟନ୍ତ ଦବେ କୋର୍ଟରେ କହିଥିଲେ। ଏହାପରେ ବାକ୍‌ ଅଧୀକାର ନିୟମର ଅଧିକ ଦୁରୂପଯୋଗ ହେଉଛି ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଥିଲେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବଙ୍କ ପରିବର୍ତେ ଅନ୍ୟ ସଚିବ ଦେଇଥିବା ଆଫିଡେଭିଟ୍‌ରେ ତବଲିଗି ଜମାତ ମାମଲାରେ ମିଡିଆ ରିପୋର୍ଟକୁ ଆଧାର କରି ଦର୍ଶାଯାଇଥିବା ତଥ୍ୟ ଦେଖିବା ପରେ ବିଗିଡ଼ିଥିଲେ ଖଣ୍ଡପୀଠ। ଏହାସହ କୋର୍ଟକୁ ଏଭଳି ବ୍ୟବହାର ନକରିବାକୁ ମନ୍ତ୍ରଣାଳୟକୁ କହିବା ସହ ଏହିଭଳି ମାମଲରେ ମିଡିଆ ରିପୋର୍ଟିଂ ଉପରେ ରୋକ ଲଗାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Comments are closed.