Odisha Link
Bridging the Missing Links in Odisha

ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା; ଜଣେ ମୃତ

ଭୁବନେଶ୍ବର: ଭୁବନେଶ୍ବର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଦୁଃଖଦ ଖବର ଆସିଛି। ଗୁରୁତର ୨ ଜଣଙ୍କ ମଧ୍ୟର ଜଣଙ୍କର ଚିକିତ୍ସାଧୀନ ବେଳେ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ମୃତକ ଜଣଙ୍କ ହେଲେ ଗଞ୍ଜାମର ସତ୍ୟ ନାୟକ। ଆଜି ଭୋରରୁ ସତ୍ୟଙ୍କ ମୃତ୍ୟୁ ହୋଇଛି। କାଲି ଗୁରୁତର ଅବସ‌୍ଥାରେ କଟକ ଏସିସିବି ସ୍ଥାନାନ୍ତର ହୋଇଥିଲେ। ବିସ୍ଫୋରଣରେ ତାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲା।

ପ୍ରକାଶ ଯେ, କମିଶନରେଟ ପୁଲିସ୍‌ ନିଜ ଆଡୁ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ କରୁଛି। ରାଜଭବନ ନିକଟ ଆଓସିଏଲ ପେଟ୍ରୋଲ ପମ୍ପରେ ହୋଇଥିବା ଏହି ଅଘଟଣରେ ପୁରା ପେଟ୍ରୋଲ୍ ପମ୍ପ ଛାରଖାର ହୋଇଯିବା ସହିତ ପ୍ରାୟ ଅଧ କିଲୋମିଟର ପରିଧିରେ ଥିବା ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା। ଏପରିକି ରାଜଭବନର କିଛି ଝରକା ମଧ୍ୟ ଭାଙ୍ଗି ଯାଇଥିଲା । ଏହି ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ୨ ଗୁରୁତର କଟକ ବଡ଼ ମେଡିକାଲେ ଚିକିତ୍ସିତ ହେଉଛନ୍ତି।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଛିନ୍‌ଛତ୍ର ହୋଇ କଟା ହାତ, ଗୋଡ଼ ଓ କାନ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ବିସ୍ଫୋରଣରେ କାହାରି ମୃତ୍ୟୁ ହୋଇ ନ ଥିବା ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

Comments are closed.