Odisha Link
Bridging the Missing Links in Odisha

୧୨ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ। ଅକ୍ଟୋବର ୧୨ ତାରିଖରୁ ଅକ୍ଟୋବର ୨୨ ତାରିଖ ମଧ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପରୀକ୍ଷା ହେବ। ଚଳିତ ବର୍ଷ ୨୬ଟି ପରୀକ୍ଷା କେନ୍ଦ୍ରରେ ୬୨ ହଜାର ୧୮୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ନଭେମ୍ବର ୭ ରେ ପିଜି ନାମଲେଖା ପାଇଁ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଓଏମ୍‌ଆର୍‌ରେ ୭୦ଟି ମଲ୍ଟିପୁଲ୍‌ ଚଏସ୍ ପରୀକ୍ଷା ହେବ। ପୂଜା ଛୁଟି ପରେ ସ୍କୁଲ ଓ କଲେଜ ଖୋଲିଲେ ପାଠ ପଢ଼ା ହେବ ବୋଲି ସୂଚନା ମିଳିଛି।

Comments are closed.