Odisha Link
Bridging the Missing Links in Odisha

୨ ଦିନ ଭିତରେ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ପ୍ରାର୍ଥିତ୍ଵକୁ ନେଇ ଚାଲିଛି ଛକାପଞ୍ଝା। କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଆଗାମୀ ୨ ଦିନ ଭିତରେ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୩ଟି ନାମ ଦିଆଯାଇଛି। ଆଗାମୀ ଦୁଇ ଦିନ ଭିତରେ ସଂସଦୀୟ ବୋର୍ଡ ବୈଠକରେ ନାମ ଘୋଷଣା ହେବ ବୋଲି ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବିଜେଡ଼ି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ତିର୍ତୋଲ ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ସେହିପରି ବିଜେପି ବିଧାୟକ ମଦନ ମୋହନ ଦତଙ୍କ ବିୟୋଗ ଯୋଗୁଁ ବାଲେଶ୍ୱର ଆସନଟି ଖାଲିପଡ଼ିଛି। ଏହି ଦୁଇ ବିଧାନସଭା ଉପନିର୍ବାଚନ ପାଇଁ ରାଜନୀତିକ ମାହୋଲ ସରଗରମ ହୋଇଯାଇଛି।

Comments are closed.