Odisha Link
Bridging the Missing Links in Odisha

କୋଭିଡ୍‌ ନିୟମକୁ ଫୁ, ଜନ୍ମଦିନରେ ମାତିଲେ ଅପରାଜିତା

ଭୁବନେଶ୍ବର: କରୋନା କଟକଣାକୁ ଫୁ କରି ଜନ୍ମଦିନରେ ମାତିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତକାଲି ଅର୍ଥାତ ବୁଧବାର ଥିଲା ସାଂସଦ ଅପରାଜିତାଙ୍କ ଥିଲା ଜନ୍ମଦିବସ। କୋଭିଡ୍‌ କଟକଣା ପାଇଁ ବର୍ତ୍ତମାନ ସମୟରେ ବହୁ ସଂଖ୍ୟକ ଲୋକ ସମାଗମ ହେବାକୁ ବାରଣ କରାଯାଇଥିବା ବେଳେ ସାଂସଦଙ୍କ ଜନ୍ମଦିନରେ ଦେଖିବାକୁ ମିଳିଥିଲା ବ୍ୟତିକ୍ରମ। ଯାହାର ଭିଡିଓ ସୋଶିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେଠାରେ ମଧ୍ୟ ସାମାଜିକ ଦୂରତାକୁ ମାନି ନ ଥିଲେ କି ମୁହଁରେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି।

https://www.facebook.com/OdishaLink/videos/pcb.696813680969264/622467811778199/?type=3&theater

କାଲି ସାଂସଦଙ୍କ ଜନ୍ମଦିନ ଥିବାରୁ ଦଳର ବହୁ ନାମିଦାମି ନେତା ଓ ସହକର୍ମୀ ମାନେ ଉପସ୍ଥିତ ରହି ସାଂସଦଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ ସେଠରେ ବହୁ ଲୋକ ରୁଣ୍ଡ ହୋଇ ଜନ୍ମଦିନ ଉତ୍ସବକୁ ବେଶ୍‌ ଧୁମ୍‌ ଧାମରେ ପାଳନ କରିବା ସହିତ ନିଜେ ସାସଂଦ ମଧ୍ୟ ନାଚ ଗୀତରେ ମତୁଆଲ ହୋଇଥିବାର ଭିଡିଓରେ ଦେଖିବାକୁ ମିଳିଛି। କେବେଳ ଏତିକି ନୁହେଁ ପୂର୍ବରୁ କୋଭିଡ କଟକଣା ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିଲା।

ତେବେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କରେନା କଟକଣା ଉଲ୍ଲଙ୍ଘନକୁ କଂଗ୍ରେସ ସମାଲୋଚନା କରିଥିବା ବେଳେ ବହୁ ବୁଦ୍ଧି ଜୀବି ଅସନ୍ତୋଷ ପ୍ରକାଶ କରିଛନ୍ତି

 

 

Comments are closed.