କଳାକାରଙ୍କୁ ମିଳିବ ଆଗୁଆ ଭତ୍ତା

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଆର୍ଥିକ ସ୍ଥିତିର ବିଚାର ପୂର୍ବକ କଳାକାରମାନଙ୍କୁ ଆଗୁଆ କଳାକାର ଭତ୍ତା ପ୍ରଦାନ କରାଯିବ। ଡିସେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ।
ପୂର୍ବରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସେପ୍ଟେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ପ୍ରଦାନ କରାଯାଇଥିଲା। ଏବେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ରାଜ୍ୟରେ ପ୍ରତି ମାସରେ ୩୪୬୫୩ ଜଣ କଳାକାରଙ୍କୁ ମାସିକ ୧୨ ଶହ ଟଙ୍କା ହିସାବରେ ୪ କୋଟି ୧୫ ଲକ୍ଷ ୮୩ ହଜାର ୬ ଶହ ଟଙ୍କା ପ୍ରଦାନ କରାଯାଉଛି। ଏଥର ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.