Odisha Link
Bridging the Missing Links in Odisha

ବ୍ୟବସାୟୀ ମାତୃଭାଷା କହିବାକୁ ଅରାଜି ହେବାରୁ ଧାରଣାରେ ବସିଲେ ଲେଖିକା

ମୁମ୍ବାଇ: ଗତକାଲି ମୁମ୍ବାଇର ଏକ ଗହଣା ବ୍ୟବସାୟୀ ଜଣେ ଗ୍ରାହକଙ୍କୁ ଆଞ୍ଚଳିକ ଭାଷା ମରାଠୀରେ କଥା ହେବାକୁ ମନା କରିଥିଲେ। ଏକ ଗହଣା ଦୋକାନକୁ ଗ୍ରାହକ ସାଜି ଯାଇଥିବା ଲେଖିକା ଶୋଭା ଦେଶପାଣ୍ଡେକୁ ଏହା ମର୍ମାହତ କରିଥିଲା ଏବଂ ସେ ଏହାର ବିରୋଧ କରିଥିଲେ। ଫଳରେ ଉକ୍ତ ଦୋକାନୀ ଜଣକ ତାଙ୍କୁ ଦୋକାନରୁ ବାହାରି ଯିବାକୁ କହିଥିଲେ।। ଯାହାଫଳରେ ସେ ପାଖାପାଖୀ ୨୦ ଘଣ୍ଟା ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧ ପ୍ରଦର୍ଶନ ପରେ ଶୁକ୍ରବାର ଦିନ ଉକ୍ତ ଗହଣା ଦୋକାନର ମାଲିକ ଲେଖିକାଙ୍କୁ କ୍ଷମା ମାଗିଥିଲେ। ସୂଚନାଥାଉକି, ଗୁରୁବାର ଦିନ ଲେଖିକା ଶୋଭା ଦେଶପାଣ୍ଡେ ଫୁଟପାଥରେ ବିରୋଧ ପ୍ରଦର୍ଶନ କରିଥିଲେ।

ପରେ ପାଖାପାଖି ୨୦ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେଇଥିବା ଲେଖିକା ଶୋଭା ଦେଶପାଣ୍ଡେଙ୍କୁ ପୁଲିସ୍‌ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ମେଡିକାଲରେ ନେଇଥିଲେ। ରାଜ ଠାକରେଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍) ଶୋଭାଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ କରିଥିଲା। ଏମ୍‌ଏନ୍‌ଏସ୍‌ ସୁନା ଦୋକାନୀ ଶଙ୍କରଲାଲ ଜୈନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି। ଏପରିକି ମରାଠୀ ଭାଷା ନ ଶିଖିବା ପର୍ଯ୍ୟନ୍ତ ଦୋକାନ ଖୋଲି ପାରିବେ ନାହିଁ ବୋଲି ଏମ୍‌ଏନ୍‌ଏସ୍‌ ଚେତାବନୀ ଦେଇଛି।

ଲେଖିକା ଶୋଭା ଦେଶପାଣ୍ଡେ କହିଛନ୍ତି ଯେ, ସୁନା ଜିନିଷ କିଣିବା ପାଇଁ ଦକ୍ଷିଣ ମୁମ୍ବାଇର କୋଲାବା ସୁନା ଦୋକାନକୁ ଯାଇଥିଲେ। ବାର୍ତ୍ତାଳପ ସମୟରେ ସେ ଦୋକାନୀଙ୍କୁ ମରାଠୀ ଭାଷାରେ କଥାବାର୍ତ୍ତା ହେବାପାଇଁ କହିଥିଲେ। ହେଲେ ଉକ୍ତ ଦୋକାନୀ ମରାଠୀ ଭାଷା କହିବାକୁ ନାରାଜ ଥିଲେ। ଶୋଭା ଆହୁରି କହିଛନ୍ତି ଯେ, ଉକ୍ତ ସୁନା ଦୋକାନ ମହାରାଷ୍ଟ୍ର ରାଜଧାନୀରେ ଅବସ୍ଥିତ। ରାଜ୍ୟର ମାତୃଭାଷା ମରାଠୀ କହିବାକୁ ମନା କରିଥିଲେ ଉକ୍ତ ଦୋକାନୀ। ଏହାକୁ ବିରୋଧ କରିବାରୁ ସେ ମୋତେ ଝୁମୁକା ବିକ୍ରୀ କରିବାକୁ ମନା କରି ଦେଇଥିଲେ ଏବଂ ଦୋକାନରୁ ବାହାରି ଯିବାକୁ କହିଥିଲେ ବୋଲି ଶୋଭା କହିଛନ୍ତି।

Comments are closed.