Odisha Link
Bridging the Missing Links in Odisha

ମହିଳା ସୁରକ୍ଷାକୁ ନେଇ ସବୁ ରାଜ୍ୟକୁ ଆଡଭାଇଜରୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟାପି ବିରୋଧ ଜାରି ରହିଛି। ଏହି ସମୟରେ ମହିଳା ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଗୃହ ମନ୍ତ୍ରାଳୟ ଆଜି ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ରାଜ୍ୟର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଯେ ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରନ୍ତୁ।

ଥାନାରେ ଅଭିଯୋଗ ଓ ନ୍ୟାୟ ପାଇଁ ପୀଡ଼ିତାଙ୍କୁ ବାରମ୍ବାର ପୋଲିସ ଷ୍ଟେସନକୁ ଆସିବାକୁ ପଡ଼େ।  ପୋଲିସ୍ ପକ୍ଷରୁ ମହିଳାଙ୍କୁ ଠିକ୍ ସମୟରେ ଉଚିତ ସେବା ମିଳିବା ନେଇ କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ।

ଏହା ସହ ପ୍ରତିଟି ମାମଲା ପାଇଁ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କୁହାଯାଇଛି। କେବଳ ଏତିକି ନୁହେଁ ପ୍ରତିଟି ମାମଲାରେ ଏତଲା ରୁଜୁ କରିବା ଅନିବାର୍ଯ୍ୟ। ଯଦି କୌଣସି ଅଧିକାରୀ ଏହାକୁ ଅଣଦେଖା କରନ୍ତି ତେ​‌ବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର କୁହାଯାଇଛି।

Comments are closed.