Odisha Link
Bridging the Missing Links in Odisha

ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ: ବୁଲେଟ୍‌ ପ୍ରୁଫ୍‌ ଟ୍ରକ୍ ପାଇଁ ଟଙ୍କା ନାହିଁ , ବିମାନ ପାଇଁ ଅଛି

ନୂଆଦିଲ୍ଲୀ: କରୋନା କାଳରେ ବିଭିନ୍ନ ପ୍ରସଙ୍ଗକୁ ବିଜେପିକୁ ଟାର୍ଗେଟ କରି ଆସୁଛି କଂଗ୍ରେସ। ଆଜି ପୁଣିଥରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ହେଲେ ଏଥର ରାହୁଲ ପିଏମ୍‌ ମୋଦୀଙ୍କ ଭିଆଇପି କଲଚରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କଡା ସୁରକ୍ଷା ସମ୍ପର୍ଣ୍ଣ ତଥା ଶତ୍ରୁ ପ୍ରତିରୋଧକାରୀ ବୁଲେଟ ପ୍ରୁଫ ବିମାନ କିଣାଯାଇଛି। ଯାହାର ଦାମ ୮ହଜାର ୪୦୦ କୋଟି ଟଙ୍କା ରହିଛି। ତେବେ ଏତେ ଟଙ୍କାରେ କାହିଁକି ବିମାନ କିଣାଯାଇଛି ସେ ନେଇ ପ୍ରଶ୍ନ ଉଠାଇଉଛନ୍ତି ରାହୁଲ। ଏନେଇ ରାହୁଲ ତାଙ୍କ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି।

ରାହୁଲ ସୋଶିଆଲ ମିଡିଆରେ ପୋଷ୍ଟ କରିଥିବା ଉକ୍ତ ଭିଡିଓରେ ୨ ଜଣ ଯବାନ ମୋଦୀଙ୍କ ବିମାନ କିଣାକୁ ସମାଲୋଚନା କରୁଥିବା ଶୁଣିବାକୁ ମିଳୁଛି। ଉକ୍ତ ଭିଡିଓଟିରେ ଯବାନ ମାନଙ୍କ ଯିବା ଆସିବା ପାଇଁ ସାଧରଣ ଟ୍ରକକୁ ନିୟୋଜିତ କରାଯାଇଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ୮ ହଜାର ୪୦୦ କୋଟିରେ ଏକ ବୁଲେଟ ପ୍ରୁଫ ବିମାନ କିଣାଯାଇଛି ବୋଲି ଯବାନ ଜଣକ କହୁଛନ୍ତି। ସାଧାରଣ ଟ୍ରକରେ ଯବାନଙ୍କ ଜୀବନ ପ୍ରତି ବିପଦ ରହିଥିବା ସେମାନେ କହିଛନ୍ତି। ସେମାନଙ୍କୁ ମଧ୍ୟ ବୁଲେଟ ପ୍ରୁଫ୍ ଟ୍ରକ ଯୋଗାଇଦେବା ଦରକାର ବୋଲି ସେ କହିଛନ୍ତି ଭିଡିଓରେ କହିଛନ୍ତି।

ଏହି ୨ ମିନିଟ ୧୯ ସେକେଣ୍ଡର ଭିଡିଓକୁ ପାଥେୟ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ କହିଛନ୍ତି ଯେ ବିମାନ କିଣାଯାଇଥିବା ଟଙ୍କାରେ ଯବାନଙ୍କ ପାଇଁ ବହୁ ସରଞ୍ଜାମ କିଣାଯାଇ ପାରିଥାନ୍ତା। ମୋଦୀ ଯବାନଙ୍କ ସୁରକ୍ଷା ଅପେକ୍ଷା ନିଜର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି। ଏହି ଟଙ୍କାରେ ସିଆଚୀନରେ ନିୟୋଜିତ ହୋଇଥିବା ଯବାନଙ୍କ ପାଇଁ ଶୀତରକ୍ଷା ପୋଷାକ ସମେତ ଅନେକ ସୁରକ୍ଷା ଯୁଦ୍ଧାସ୍ତ୍ର କିଣି ହୋଇ ପାରିଥାନ୍ତା ବୋଲି ରାହୁଲ କହିଛନ୍ତି।

Comments are closed.