Odisha Link
Bridging the Missing Links in Odisha

ହାଥରସ ଘଟଣା ଏକ ଅନରକିଲିଂ: ଓକିଲ ଏପି ସିଂହ

ହାଥରସ: ଦିଲ୍ଲୀ ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କ କେସ୍ ଲଢ଼ିଥିବା ଓକିଲ ଏପି ସିଂହ ଆଜି ହାଥରସ ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ବୟାନ ଦେଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘରେ ପହଞ୍ଚିଛନ୍ତି ଏପି ସିଂହ। ହାଥରସ ଘଟଣା ଅନରକିଲିଂ ବୋଲି ଏପି ସିଂହ କହିଛନ୍ତି।

ଏଥିସହ ଓକିଲ ଏପି ସିଂହ ନାର୍କୋ ଟେଷ୍ଟ କରିବା ମଧ୍ୟ ଚାହିଁଛନ୍ତି। ତାଙ୍କ ଦାବି ଯେ ଚାରି ଜଣ ଅଭିଯୁକ୍ତଙ୍କ ପଲିଗ୍ରାଫ ସମେତ ଅନ୍ୟାନ୍ୟ ଟେଷ୍ଟ କରାଯାଉ। ଏପି ସିଂହ ଅଭିଯୋଗ କରିଛନ୍ତି ହାଥରସ ଘଟଣାକୁ ରାଜନୀତି କରାଯାଉଛି। ଘଟଣାର ସପ୍ତାହେ ପରେ ପୀଡ଼ିତା ପରିବାରକୁ ନେତାମାନେ ଦେଖା କରିବା ପରେ ମାମଲା ରୁଜୁ କରାଗଲା। ତେବେ ସେ ଜୋର ଦେଇ କହିଛନ୍ତି ପୀଡ଼ିତା ଓ ତାଙ୍କ ମା’ଙ୍କ ବୟାନରେ ପ୍ରାରମ୍ଭରୁ ବଳାତ୍କାର କଥା କେଉଁଠି ଉଠି ନାହିଁ।

ଅଭିଯୁକ୍ତଙ୍କ ମୋକଦ୍ଦମା ଲଢ଼ିବାରେ ସେ ଫି’ ନେବେ କି ବିନା ଫି’ରେ ଲଢ଼ିବେ ସେ ପ୍ରଶ୍ନର ଉତ୍ତର ରଖିଛନ୍ତି ଏପି ସିଂହ। ପ୍ରଥମେ ସେ ଏ ପ୍ରଶ୍ନର ଉତ୍ତର ଟାଳିବାକୁ ଚେଷ୍ଟା କରୁଥିଲେ। ମାତ୍ର ମହାସଭା ଏ ନେଇ ତାଙ୍କୁ ଫି’ ଦେବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ନିର୍ଭୟା ମାମଲାରେ ନିର୍ଭୟା ପକ୍ଷରୁ ଲଢ଼ିଥିବା ଓକିଲ ସୀମା ହାଥରସ ପୀଡ଼ିତାଙ୍କ ଓକିଲ ନିଃଶୁକ୍ଲ ଲଢ଼ିବା ଘୋଷଣା କରିଛନ୍ତି।

Comments are closed.