Odisha Link
Bridging the Missing Links in Odisha

ରେଭେନ୍ସା ବିଶ୍ବବିଦ୍ୟାଳୟ: ଡ଼ାକଯୋଗେ ମୂଳ ପ୍ରମାଣପତ୍ର ଦେବାକୁ ନିର୍ଦେଶ

କଟକ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରାଯାଇଥିଲା । ତେଣୁ ସମସ୍ତ ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଳମ୍ବରେ ନାମ ଲେଖା ଆରମ୍ଭ ହେଉଛି।

ତେବେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମଲେଖା ପ୍ରକ୍ରିୟାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି । ଡ଼ାକଯୋଗେ ସମସ୍ତଙ୍କୁ ମୂଳ ପ୍ରମାଣପତ୍ର ଦେବାକୁ ନିର୍ଦେଶ ଦିଆଯାଇଛି । ବିଶ୍ବବିଦ୍ୟାଳୟର ପ୍ରଥମ ଯୋଗ୍ୟତା ତାଲିକା ଗତ ୩୦ ସେପ୍ଟେମ୍ବରରେ ବାହାରିଥିଲା।

ଏଥିରେ ୩ ଅକ୍ଟୋବର ସୁଦ୍ଧା ଅନ୍‌ଲାଇନ୍‌ରେ ଫି ଦାଖଲ କରି ୧୫ ଅକ୍ଟୋବର ସୁଦ୍ଧା ସମସ୍ତ ମୂଳ ପ୍ରମାଣପତ୍ରକୁ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବାକୁ କୁହାଯାଇଛି।

ଯେଉଁମାନଙ୍କ ମୂଳ ପ୍ରମାଣପତ୍ର ସମୟ ମଧ୍ୟରେ ପହଞ୍ଚିବ ନାହିଁ, ସେମାନଙ୍କୁ ନାମ ଲେଖା ପ୍ରକ୍ରିୟାରୁ ବାଦ କରାଯିବ ବୋଲି କୁହାଯାଇଛି। ସେହିପରି ଦ୍ବିତୀୟ ଯୋଗ୍ୟତା ତାଲିକା ଚଳିତ ମାସ ୮ ତାରିଖରେ ପ୍ରକାଶ ପାଇଛି।

ଏଥିରେ ଆସନ୍ତା ୧୧ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି ଦାଖଲ କରିବା ସହିତ ଆସନ୍ତା ୨୧ ତାରିଖ ମଧ୍ୟରେ ମୂଳ ପ୍ରମାଣପତ୍ର ସ୍ପିଡ ପୋଷ୍ଟରେ ଦେବାକୁ କୁହାଯାଇଛି।

ଯେଉଁ ମାନଙ୍କର ମୂଳ ପ୍ରମାଣ ପତ୍ର ଧାର୍ଯ୍ୟ ତାରିଖ ମଧ୍ୟରେ ପହଞ୍ଚିବ ନାହିଁ, ସେମାନଙ୍କୁ ନାମ ଲେଖା ପ୍ରକ୍ରିୟାରୁ ବାଦ ଦିଅ‌ାଯିବ ବୋଲି ରେଭେନ୍ସା କର୍ତ୍ତୃପକ୍ଷ କହିଛନ୍ତି।

Comments are closed.