Odisha Link
Bridging the Missing Links in Odisha

୨ ମାସରେ ଦୁଷ୍କର୍ମ ତଦନ୍ତ ସାର:କେନ୍ଦ୍ର

ଭୁବନେଶ୍ୱର: ଦିନକୁ ଦିନ ମହିଳାଙ୍କ ପ୍ରତି ହିଂସା ବଢ଼ିବାରେ ଲାଗିଛି । ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଛି ।

ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଯୌନ ନିର୍ଯାତନା ଅଭିଯୋଗ ଥିଲେ ପୁଲିସ ଏତଲା ଗ୍ରହଣ କରିବାକୁ ବାଧ୍ୟ ।

ଘଟଣା ଥାନା ଅଞ୍ଚଳ ବାହାରେ ହୋଇଥିଲେ ଜିରୋ ଏଫଆଇଆର କରାଯିବ । ଏତଲା ଗ୍ରହଣରେ ଅବହେଳା କଲେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ସେହିପରି ଦୁଷ୍କର୍ମ ଭଳି ଅଭିଯୋଗର ତଦନ୍ତ ୨ ମାସରେ ସାରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଦୁଷ୍କର୍ମ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବ। ପୀଡ଼ିତାଙ୍କ ସହମତିରେ ଜଣେ ପଞ୍ଜୀକୃତ ଡାକ୍ତରଙ୍କ ଦ୍ୱାରା ମାଇନା କରାଯିବ ।

କାର୍ଯ୍ୟରେ ଅବହେଳା କଲେ ତଦନ୍ତକାରୀ ପୁଲିସ ଅଧିକାରୀ ଫସିବେ ବୋଲି ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ।

Comments are closed.