Odisha Link
Bridging the Missing Links in Odisha

ମହିଳା ହାବିଲଦାରଙ୍କୁ ପିଟିଲେ ମଦ ବେପାରୀ

ମୟୁରଭଞ୍ଜ: ମହିଳା ହାବିଲଦାରଙ୍କୁ ପିଟିଲେ ମଦ ବେପାରୀ। ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଜ ବିଶୋଇ ସାପ୍ତାହିକ ହାଟରେ। ୨ ଜଣ ମହିଳା ଘରେ ମହୁଲି ମଦ ରାନ୍ଧି ବେଆଇନ ଭାବେ ସାପ୍ତାହିକ ହାଟରେ ବିକ୍ରି କରୁଥିଲେ।

ବିଶୋଇ ଥାନାର ମହିଳା ହାବିଳଦାର ମଞ୍ଜୁଲତା ସାହୁ ସେମାନଙ୍କୁ ବେପାର ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ମଦ ବେପାରୀ ମହିଳା କିନ୍ତୁ ଶୁଣି ନଥିଲେ। ଦ୍ବିତୀୟ ଥର ଆସି ମଦ ଜବତ କରିବାକୁ ଉଦ୍ୟମ ବେଳେ , ୨ ମହିଳା ମଞ୍ଜୁଲତାଙ୍କୁ ଠେଙ୍ଗାରେ ଆକ୍ରମଣ କରି ଗୁରୁତର କରି ପକାଇଥିଲେ। ଆକ୍ରମଣ ଏତେ ଜୋରଦାର ଥିଲା ଯେ ସାଙ୍ଗରେ ଥିବା ଓଏସ୍.ପି. ଯବାନ ପ୍ରଦୀପ ସିଂ ମଧ୍ୟ ମଞ୍ଜୁଲତାଙ୍କୁ ଆକ୍ରମଣରୁ ରକ୍ଷା କରିପାରି ନଥିଲେ। ତେବେ ୨ ମହିଳାଙ୍କ ପ୍ରବଳ ଆକ୍ରମଣ ସତ୍ତ୍ୱେ ମଞ୍ଜୁଲତା ଜଣକୁ ଧରି ଥାନାକୁ ଆଣିବାକୁ ସକ୍ଷମ ହୋଇଥିଲେ ।

Comments are closed.