Odisha Link
Bridging the Missing Links in Odisha

ଚା ଦୋକାନ ଉପରକୁ ମାଡ଼ିଗଲା ଟ୍ରକ

ପାଟଣା: କେନ୍ଦୁଝର ୪୯ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଚେମେଣା ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଚା ଦୋକାନା ଉପରକୁ ମାଡ଼ିଗଲା ଟ୍ରକ। ଅଳ୍ପକେ ବର୍ତ୍ତିଗଲେ ଦୋକାନୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ତୁରୁମୁଙ୍ଗା ଥାନା ଚେମେଣା ରାଜପଥ କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ପିଟିଲା ଆଉ ଏକ। ଯାହାଫଳରେ କି ଟ୍ରକଟି ରାଜପଥ କଡ଼ରେ ଥିବା ଏକ ଚା ଦୋକାନ ଉପରକୁ ମାଡ଼ି ଯାଇଛି। ଭାଗ୍ୟବଶତଃ ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର କିଛି ହୋଇନାହିଁ। ଦୁର୍ଘଟଣାରେ ଚା ଦୋକାନୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତେବେ କୁହୁଡ଼ି ଯୋଗୁ ଏପରି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।

Comments are closed.