Odisha Link
Bridging the Missing Links in Odisha

ଲେବର ରୁମ୍ ଆଗରେ ଧାରଣା ଦେଲେ ପରିବାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଚିକିତ୍ସା ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁକୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ଲୋକେ ଲେବର ରୁମ୍ ଆଗରେ ଧାରଣା ଦେଇଛନ୍ତି।

ସୂଚନା ଅନୁସାରେ , ଅଳନ୍ଦାଶାର ଗାଁର ପ୍ରସୂତି ଜୟଶ୍ରୀ ବାରିକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତକାଲି ସନ୍ଧ୍ୟା ୬ଟାରେ ଜୟଶ୍ରୀ ଏକପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ସୂଚନା ଦିଆଯାଇଥିଲା। ହେଲେ ଘଣ୍ଟାଏ ପରେ ନବଜାତର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ।

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ନବଜାତର ମୃତ୍ୟୁ ଅଭିଯୋଗ କରି ହୋହଲ୍ଲା କରିଥିଲେ ପରିବାର ସହ ସ୍ଥାନୀୟ ଲୋକେ। ଏନେଇ ଲେବର ରୁମ୍ ଆଗରେ ଧାରଣାରେ ବସିଥିଲେ ଉତ୍ତ୍ୟକ୍ତ ଲୋକଙ୍କ ସହ କିଛି ରାଜନୈତିକ କର୍ମୀ। ଘଟଣାସ୍ଥଳରେ ସିଡିଏମଓ ଏବଂ ଏଡିଏମ ପହଞ୍ଚି ଧାରଣାରେ ବସିଥିବା କର୍ମକାର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।

Comments are closed.