Odisha Link
Bridging the Missing Links in Odisha

ଗୋଷ୍ଠୀ ସଂଘର୍ଷରେ ୨ ମୃତ୍ୟୁ ଓ ୬ ଜଣ ଆହତ

ବ୍ରହ୍ମଗିରି : ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇ ୨ ଜଣଙ୍କ ଜୀବନ ଓ ୬ ଜଣ ଆହତ ହୋଇଛନ୍ତି । ଆହତମାନେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଘଟଣାଟି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅର୍ନ୍ତଗତ ଘଟିଥିଲା। ଏଥିରେଜଣାଯାଇଛି ।

ସୂଚନା ଅନୁସାରେ , ବ୍ରହ୍ମଗିରି ଥାନା ଡିମିରିଶେଣା ହରିଜନ ସାହିରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଥିଲା । ପାଣି ପାଇପ ପକାଇବାକୁ ଏହି ୨ ପରିବାର ଝଗଡ଼ା ଲାଗିଥିଲେ ।

ପରେ ପରିସ୍ଥିତ ଏପରି ହେଲା ଯେ ଶେଷରେ ମାଡ଼ପିଟ ଲାଗିଯାଇଥିଲେ । ଏହି ଗୋଷ୍ଠୀ ସଂଘର୍ଷରେ ତେଣ୍ଟା ମାଡ଼ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।

Comments are closed.