Odisha Link
Bridging the Missing Links in Odisha

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଭଦ୍ରକ: କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଜଣ ହେଲେ ଧାମନଗର ମେଡିକାଲ ନିକଟ ଶ୍ୟାମପୁର ଗ୍ରାମର ଦେବେନ୍ଦ୍ର ମହାପାତ୍ର ଓ ମହେନ୍ଦ୍ର ମହାପାତ୍ର। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଘଟଣା।

ମିଳିଥିବା ସୂଚନା ଅନୁସାରେ, ଖବରକାଗଜର ଦୋବଲ ପ୍ରତିନିଧି ସଂଜୀବ ମହାନ୍ତି ଖବର କାମ ଶେଷ କରି ମେଡିକାଲ ଛକ ନିକଟରେ ଅନ୍ୟ ସାମ୍ବାଦିକଙ୍କ ସହ ଠିଆ ହୋଇଥିଲେ। ଠିକ୍‌ ଏହି ସମୟରେ ଅଭିଯୁକ୍ତ ଦେବେନ୍ଦ୍ର ବାଇକରେ ଆସି ସଂଜୀବଙ୍କୁ ମାଡ ମାରିଥିଲା। ଏହି ସମୟରେ ଉପସ୍ଥିତ ସାମ୍ବାଦିକ ରଜତ ପଣ୍ଡା , ବାସୁଦେବ ତ୍ରିପାଠୀ ଓ ସେକ ଜିଲ୍ଲାନୀ ଅବରୋଧ କରିବାରୁ ତାଙ୍କୁ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିଲେ । ସ୍ଥାନୀୟ ଦୋକାନୀ ମାନେ ଅଭିଯୁକ୍ତକୁ ଅଟକ ରଖିଥିଲେ ପରେ ଅଭିଯୁକ୍ତଙ୍କ ଭାଇ ମଧ୍ୟ ଆସି ସମାନ ଭାବେ ଦୁର୍ବ୍ୟବହାର କରିଥିଲେ। ତେବେ ଦୁଇ ଜଣ ଅଟକ ରଖି ଧାମନଗର ପୋଲିସରେ ଜିମା ଦେଇଥିଲେ ସ୍ଥାନୀୟ ଲୋକେ ଓ ସାମ୍ବାଦିକ।

ପୋଲିସ ଘଟଣାରେ ତଦନ୍ତ କରିବା ସହ ଦୁଇ ଭାଇଙ୍କୁ ଥାନାକୁ ନେଇ ପଚରାଉଚୁରା କରିଛି। କିନ୍ତୁ ମୁଖ୍ୟ ଆକ୍ରମଣକାରୀ ମାଡ ମାରିବାର କୌଣସି ନିର୍ଦ୍ଧିଷ୍ଟ କାରଣ ପୋଲିସ ସମ୍ମୁଖରେ ସ୍ପଷ୍ଠ କରିନାହିଁ। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସାମ୍ବାଦିକ ଜଣକ ଜାଣିନଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ୨ଜଣଙ୍କ ମାଡରେ ସାମ୍ବାଦିକଙ୍କ ଆଖି ଓ ହାତରେ ଆଘାତ ଲାଗିଛି।

Comments are closed.