Odisha Link
Bridging the Missing Links in Odisha

ପୁଲିସର ସମନକୁ ବେଖାତିର

ମୁମ୍ବାଇ: ମୁମ୍ବାଇ ପୁଲିସର ସମନକୁ ବେଖାତିର କରିଛନ୍ତି ରିପବ୍ଲିକ ଟିଭି କର୍ତ୍ତୃପକ୍ଷ। ରିପବ୍ଲିକ ଟିଭିର ମୁଖ୍ୟ ବିତ୍ତ ଅଧିକାରୀ ଶିବ ସୁବ୍ରମଣ୍ୟମ ସୁନ୍ଦରମଙ୍କୁ ଶନିବାର ହାଜର ହେବା ପାଇଁ ଶୁକ୍ରବାର ସମନ ଜାରି କରା ଯାଇଥିଲା । କିନ୍ତୁ ସିଏଫ୍ଓ ଏହାକୁ ଅମାନ୍ୟ କରିଛନ୍ତି।

ସୂଚନା ଅନୁସାରେ ଟେଲିଭିଜନ୍ ର ଟିଆରପି ବୃଦ୍ଧି ପାଇଁ ଲାଞ୍ଚ କାରବାରକୁ ନେଇ ପୁଲିସ ସମନ ପଠାଇଥିଲା । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । କୋର୍ଟ ଏହି ଆବେଦନର ଶୁଣାଣି ନ କରିବା ପର୍ୟ୍ୟନ୍ତ ପୁଲିସ କୌଣସି ବୟାନ ରେକର୍ଡ ନ କରିବାକୁ ସିଏଫ୍ଓ ପୁଲିସକୁ ଜଣାଇଛନ୍ତି। ତେବେ ଏହି ଚାନେଲର ଜଣେ ଅଧିକାରୀ ଶନିବାର ତଦନ୍ତର ସାମ୍ନା କରିଛନ୍ତି।

ଏହି ଘଟଣା ପରେ ପୁଲିସ କମିସନର ଚାନେଲର ସିଇଓ ବିକାଶ କାଞ୍ଚନଦାନୀ ଏବଂ ସିଓଓ ହର୍ଷ ଭଣ୍ଡାରୀ ଓ ପ୍ରିୟା ମୁଖାର୍ଜୀଙ୍କୁ ସମନ କରିଛନ୍ତି। ବିଭିନ୍ନ ବିଜ୍ଞାପନ ଏଜେନ୍ସିର ଅଧିକାରୀ ଶନିବାର ପୁଲିସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ବିଜ୍ଞାପନ ଏଜେନ୍ସି ମାଡିସନ ୱର୍ଲଡ୍ ଆଣ୍ଡ ମାଡିସନ କମ୍ୟୁନିକେସନର ମୁଖ୍ୟ ଶାମ୍ ବାଲସାରା ତାଙ୍କ ବୟାନ ରେକର୍ଡ କରାଇଛନ୍ତି।

Comments are closed.