ପ୍ରଚାର ମଇଦାନକୁ ଓହ୍ଲାଇଲେ ଟ୍ରମ୍ପ୍, କହିଲେ ସମସ୍ତଙ୍କୁ ଚୁମ୍ବନ କରିବି

ଓ୍ବାଶିଂଟନ୍: କରୋନାକୁ ହରାଇଲେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍। ସେ ଏବେ ସୁସ୍ଥ ଏବଂ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ଦେଲେ ହ୍ବାଇଟ୍ ହାଉସର ଡାକ୍ତର। ଏଥର ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କରିପାରିବେ। ଟ୍ରମ୍ପଙ୍କ ଘରୋଇ ଚିକିତ୍ସକ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ରିପୋର୍ଟ ଜାରି କରିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ଅନ୍ୟମାନଙ୍କ ପାଇଁ ସଂକ୍ରାମକ ନୁହେଁ।
୨ ସପ୍ତାହରୁ କମ୍ ସମୟ ମଧ୍ୟରେ କରୋନାରୁ ସୁସ୍ଥ ହୋଇ ପୁଣିଥରେ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଟ୍ରମ୍ପ୍। ଫ୍ଲୋରିଡାର ସେନଫୋର୍ଡ ନିର୍ବାଚନ ରାଲିରେ ସମ୍ବୋଧନ କରି କହିଛନ୍ତି ଯେ, ସୁସ୍ଥ ଓ ପୂର୍ବଅପେକ୍ଷା ଶକ୍ତିଶାଳୀ ଅନୁଭବ କରୁଛି। ମୁଁ ଦର୍ଶକଙ୍କ ମଧ୍ୟକୁ ଯିବି ଓ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଚୁମ୍ବନ କରିବି। ଉଭୟ ପୁରୁଷ ଓ ସୁନ୍ଦରୀ ମହିଳାଙ୍କୁ ବ୍ୟତୀତ ସମସ୍ତଙ୍କୁ ଚୁମ୍ବନ୍ ଦେବି ବୋଲି କହିଛନ୍ତି ଟ୍ରମ୍ପ୍। ଭାଷଣ ପୂର୍ବରୁ ଟ୍ରମ୍ପ୍ ନିଜ ମାସ୍କ ଖୋଲି ଉପସ୍ଥିତ ଥିବା ଜନତାଙ୍କ ଆଡ଼କୁ ଫୋପାଡ଼ି ଦେଇଥିଲେ। ଉପସ୍ଥିତ ଥିବା ସମସ୍ତଙ୍କୁ ଚୁମ୍ବନ ଦେବାକୁ ଚାହୁଁଛି।
ସୂଚନାଥାଉକି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ଚିହ୍ନଟ ହୋଇଥିଲେ। ପରେ ଟ୍ରମ୍ପଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଆର୍ମୀ ହସିପିଟାଲରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା କରାଯାଇଥିଲା। ରେମ୍ଡେସିଭିର୍ ସହ ଡେକ୍ସେମୋଥାସନ୍ ଦିଆଯାଇଥିଲା। ରେଜେନିରୋନ୍ ଏକ୍ସପରିମେଣ୍ଟାଲ୍ ଆଣ୍ଟିବଡି ଥେରାପି ପରେ ସୁସ୍ଥ ହୋଇଛନ୍ତି।