Odisha Link
Bridging the Missing Links in Odisha

ରାଜଧାନୀରୁ ୨୫୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀରୁ ମୋଟ୍‌ ୨୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୩ ଜଣ ସଂଗରୋଧ ଓ ୧୮୦ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୨୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ନୟାପଲ୍ଲୀରୁ ୭ ଜଣ, ୟୁନିଟ-୯ରୁ ୫ ଜଣ, ପଟିଆରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଲକ୍ଷ୍ମୀସାଗରରୁ ୧୩ ଜଣ ଓ ସହିଦନଗରରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିଭଳି ଖଣ୍ଡଗିରିରୁ ୯ ଜଣ, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ଡୁମଡୁମାରୁ ୭ ଜଣ ଲେଖାଏଁ, ଆଇଆରସି ଭିଲେଜ, ନୟାପଲ୍ଲୀ, ୟୁନିଟ-୬ରୁ ୬ ଜଣ ଲେଖାଏଁ, ପୁରୁଣା ଭୁବନେଶ୍ୱର, ପୋଖରିପୁଟ, କଳିଙ୍ଗନଗରରୁ ୫-୫ ଜଣ, ନିଳାଦ୍ରୀ ବିହାର, ବଡ଼ଗଡ଼, ଘାଟିକିଆ ଝାରପଡ଼ାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.