Odisha Link
Bridging the Missing Links in Odisha

ଓଟିଭି ସାମ୍ବାଦିକଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ବର: ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ତାଙ୍କ ଘର ପାଖରୁ ଉଠାଇନେଇଛି ପୁଲିସ। ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ସହ ଥିବା ଓଟିଭିର ଅନ୍ୟ ଜଣେ ମହିଳା କର୍ମଚାରୀ। ପୁଲିସ ତାଙ୍କୁ ଉଠାଇ ନେବା ପୂର୍ବରୁ ଫୋନ୍‌ ଛଡ଼ାଇ ନେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ମହିଳା ସାମ୍ବାଦିକ ସୂଚନା ଦେଇଛନ୍ତି। ୪-୫ ଜଣ ପୁଲିସ ଅଧିକାରୀ ଆସି ଏଭଳି କରିଥିବା ସେ କହିଛନ୍ତି। ଶ୍ରୀ ରଥ ନିଜ ପରିବାରକୁ ଏ ନେଇ ଜଣାଇ ପାରି ନ ଥିବା ବେଳେ ଓଟିଭି କର୍ତୃପକ୍ଷ ପରିବାର ଲୋକଙ୍କୁ ପରେ ସୂଚନା ଦେଇଥିଲେ।

ଅନ୍ୟପଟେ କେଉଁ କାରଣରୁ ତାଙ୍କୁ ଉଠାଇ ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ନ ଥିବା ବେଳେ, ଗତକାଲିର ଏକ ଖବର ପ୍ରସାରଣ ଆଧାରରେ ତାଙ୍କୁ ପୁଲିସ ଉଠାଇଥାଇ ପାରେ ବୋଲି ଓଟିଭି ପକ୍ଷରୁ କହାଯାଇଛି।

Comments are closed.