Odisha Link
Bridging the Missing Links in Odisha

ହାରୁଛି କରୋନା, ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ସୁସ୍ଥ ହେଲେ ୮୪ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ପୁଣି ପରାସ୍ତ ହେଲା କରୋନା । ସମ୍‌ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୮୪ ବର୍ଷୀୟା ବୃଦ୍ଧା ।

ପୁରୁଣା ଭୁବନେଶ୍ୱର ଅଂଚଳର ଶୈଳବାଳା ଦାସ ଗୁରୁବାର ଦିନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାଙ୍କର ଉଚ୍ଚ ରକ୍ତଚାପ ଏବଂ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହିଥିବା ବେଳେ ଗତ ୭ ବର୍ଷ ତଳେ ଏକ ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା ।

କରୋନା ସଂକ୍ରମିତ ହେବା ପରେ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି କରିଥିଲେ ତାଙ୍କ ପରିବାର ।

ସମ୍ କୋଭିଡ ଟିମ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫ୍‌ମାନେ ତାଙ୍କର ଉପଯୁକ୍ତ ସେବା, ଯତ୍ନ ଓ ଚିକିତ୍ସା କରିଥିଲେ ଯାହାଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେ ସୁସ୍ଥ ହେବା ପରେ ଘରକୁ ଯିବା ସମୟରେ ସମ୍‌ କୋଭିଡ ଟିମ୍‌ର ସେବା ଓ ଯତ୍ନ ଯୋଗୁଁ ଭାବବିହ୍ୱଳ ହୋଇପଡ଼ିଥିଲେ । ତାଙ୍କ ପୁଅ ଇଞ୍ଜିନିୟର ପି.କେ. ଦାସ ମା’ ସୁସ୍ଥ ହେବା ପରେ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Comments are closed.