କମିଶନରେଟ୍ ପୋଲିସର ନୂଆ କାର୍ଯ୍ୟକ୍ରମ ‘ଦାଦା ବଟିକୁ ନା’

ଭୁବନେଶ୍ବର: କଟକ-ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦା ବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ। କମିଶନର କହିଛନ୍ତି ଯେ, ଦୈତନଗରୀରେ ଦାଦାବଟି ଆଦାୟକୁ ପ୍ରଶୟ ଦିଆଯିବ ନାହିଁ। ଏହାକୁ ବନ୍ଦ କରିବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯିବ। ଏହି ନମ୍ବରରେ ଲୋକେ ପୋଲିସକୁ ଗୋପନରେ ସୂଚନା ଦେଇପାରିବେ। ଯେଉଁ ଲୋକ ସୂଚନା ଦେବେ ସେମାନଙ୍କ ନାମ ଗୋପନ ରଖାଯିବା ସହ ପୁରଷ୍କୃତ କରାଯିବ।
ସୂଚନା ପାଇବା ପରେ ଅସାମାଜିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଆବଶ୍ୟକ ପଡିଲେ ସେମାନଙ୍କୁ ତଡିପାର କରାଯିବ। ତେବେ ଏଥିପାଇଁ ଲୋକମାନେ ବିଶେଷକରି ବିଲ୍ଡର, ଠିକାଦାର, ଓ ଉଠାଦୋକାନୀ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଦାଦାବିଟି ରୋକିବା ପାଇଁ ପ୍ରତି ୧୫ ଦିନରେ ଥାନା ସ୍ତରରେ ଓ ଡିସିପିଙ୍କ ସ୍ତରରେ ବୈଠକ ହେବ।
Comments are closed.