Odisha Link
Bridging the Missing Links in Odisha

ରାଜଧାନୀରୁ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀରୁ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୬୮ ଓ ଲୋକାଲ୍‌ କେସ ୧୭୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି।

ବଡ଼ଗଡ଼ରୁ ୪ଜଣ, ବାପୁଜୀ ନଗରରୁ ୩ଜଣ, ଚକେଇଶିଆଣୀରୁ ୪ଜଣ, ପାତ୍ରପଡ଼ାରୁ ୪ଜଣ, ପୋଖରୀପୁଟରୁ ୩ଜଣ, ନୟାପଲ୍ଲୀରୁ ୧୪ଜଣ, ଓଲ୍‌ଡ ଟାଉନ୍‌ରୁ ୬ଜଣ, ଜାଗମରାରୁ ୪ଜଣ, ଆଇଆର୍‌ସି ଭିଲେଜରୁ ୬ଜଣ, ନିଗମ ନଗରରୁ ୪ଜଣ, ଜଗନ୍ନାଥ ନଗରରୁ ୩ଜଣ, ଜୟଦେବ ବିହାରରୁ ୪ଜଣ, ଝରପଡ଼ାରୁ ୪ଜଣ, କଳିଙ୍ଗନଗରରୁ ୪ଜଣ, ରସୁଲଗଡ଼ରୁ ୪ଜଣ, ଭିଭିଏସ୍‌ ନଗରରୁ ୩ଜଣ, ବରମୁଣ୍ଡାରୁ ୮ଜଣ, ସହିଦନଗରରୁ ୧୦ଜଣ, ପଳାସୁଣୀରୁ ୩ଜଣ, ନୀଳାଦ୍ରି ବିହାରରୁ ୫ଜଣ, ମଞ୍ଚେଶ୍ୱରରୁ ୩ଜଣ, ଲକ୍ଷ୍ମୀସାଗରରୁ ୩ଜଣ, ଖଣ୍ଡଗିରିରୁ ୪ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୬୭୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩୫୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୧୦୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Comments are closed.