Odisha Link
Bridging the Missing Links in Odisha

ଆଇଏମ୍‌ଏସ ଓ ସମ୍‌ ହସ୍ପିଟାଲରେ ଦୁଇ ଦିନିଆ ଡାକ୍ତରୀ ଶିକ୍ଷା ତାଲିମ କର୍ମଶାଳା

ଭୁବନେଶ୍ବର: ଆଇଏମ୍‌ଏସ ଓ ସମ୍‌ ହସ୍ପିଟାଲରେ ଡାକ୍ତରୀ ଶିକ୍ଷା ଓ ତାଲିମ୍‌ ନେଇ ଏକ କର୍ମଶାଳା ଆରମ୍ଭ ହୋଇଛି । ଆଇଏମ୍‌ଏସ୍‌ ଡିନ୍‌ ପ୍ରଫେସର ଗଙ୍ଗାଧର ସାହୁ ଏବଂ ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହାକୁ ଉଦ୍‌ଘାଟନ କରିଛନ୍ତି । ଦୁଇଦିନ ଧରି ଏହି କର୍ମଶାଳା ଚାଲିବ । ଏଥିରେ ଡାକ୍ତରୀ ପ୍ରଶିକ୍ଷକଙ୍କୁ ପାଠପଢ଼ାଇବା ନେଇ ଟ୍ରେନିଂ ଦିଆଯିବ । ଯାହାଦ୍ୱାରା ପ୍ରଶିକ୍ଷକମାନେ ଡାକ୍ତରୀ ଛାତ୍ରଙ୍କୁ ଉନ୍ନତମାନର ଶିକ୍ଷା ଦେଇପାରିବେ ।

ଜାତୀୟ ମେଡିକାଲ କମିଶନ ଦ୍ୱାରା ଅନୁମୋଦିତ ଏହି କର୍ମଶାଳାର ପରିଚାଳନା ଦାୟିତ୍ୱରେ ଅଛନ୍ତି, ଆଇଏମ୍‌ଏସ୍‌ ଡାକ୍ତରୀ ଶିକ୍ଷାର ସଂଯୋଜକ ତଥା ସର୍ଜରୀ ବିଭାଗ ପ୍ରଫେସର ଡା ପ୍ରକାଶ କୁମାର ସାହୁ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପ୍ରଫେସର ଡା ରୋମା ରତନ, ନ୍ୟାସନାଲ ମେଡିକାଲ କମିଶନ ପକ୍ଷରୁ ପରିଦର୍ଶକ ଭାବେ ନିୟୋଜିତ ହୋଇଥିଲେ । କର୍ମଶାଳାରେ ମୋଟ ୩୦ ଜଣ ପ୍ରଶିକ୍ଷଣ ଦେଉଥିବା ଡାକ୍ତର ଓ ୧୨ ବରିଷ୍ଠ ପ୍ରଫେସର ତାଲିମ୍‌ ଦେଇଥିଲେ । ଏହି କର୍ମଶାଳା ଦ୍ୱାରା ପ୍ରଶିକ୍ଷଣ ଦେଉଥିବା ଡାକ୍ତରମାନେ ତାଲିମପ୍ରାପ୍ତ ହୋଇ ଡ଼ାକ୍ତରୀ ଛାତ୍ରଙ୍କୁ ଉଚ୍ଚମାନର ଶିକ୍ଷା ଦାନ କରିବେ ।

ସୂଚନା ଥାଉକି, ଜାତୀୟ ସ୍ତରରେ ଡାକ୍ତରୀ ଶିକ୍ଷାର ମାନ ନିର୍ଦ୍ଧାରଣ ଓ ସୁପରିଚାଳନା ପାଇଁ ମେଡିକାଲ କାଉନ୍‌ସିଲ୍‌ ଅଫ ଇଣ୍ଡିଆ ବା ଭାରତୀୟ ଅର‌୍ୟୁର୍ବିଜ୍ଞାନ ସଂସ୍ଥା ସର୍ବଦା ଚେଷ୍ଟିତ । ନ୍ୟାସନାଲ ମେଡିକାଲ କମିଶନ ବା ଜାତୀୟ ଅୟୁର୍ବିଜ୍ଞାନ କମିଶନ ବୋଲି ଏହାର ନୂତନ ନାମକରଣ ହୋଇଛି ।

Comments are closed.