Odisha Link
Bridging the Missing Links in Odisha

ହାଇସ୍ପିଡ୍‌ରୁ ଦୁର୍ଘଟଣା ଘଟିଛି: ଡିସିପି

କଟକ: ତେଲେଙ୍ଗାପେଣ୍ଠ ପାଖରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଲେ କଟକ ଡିସିପି ପ୍ରତୀକ ସିଂହ। ଡିସିପିଙ୍କ କହିବା ଅନୁଯାୟୀ ଗାଡ଼ିଟି କ୍ଷୀପ୍ର ଗତିରେ ଥିବାରୁ ଦୁର୍ଘଟଣା ଘଟିଥିବା ପ୍ରାଥାମିକ ତଦନ୍ତରୁ ସ୍ପଷ୍ଟ କରାଯାଇଛି। ହେଲେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ଦିଗ ପ୍ରତି ତଦନ୍ତ କରାଯିବ। ଘଟଣାସ୍ଥଳ ଯାଇ ତଦନ୍ତ କରିବେ ଟେକନିକାଲ୍‌ ଟିମ୍‌ ଓ ଆରଟିଓ କର୍ମଚାରୀ। ଦୁର୍ଘଟଣା ନେଇ ମଙ୍ଗଳାବାଗ ଓ ସଦର ଥାନାରେ ୨ଟି ମାମଲା ହୋଇଛି।

ପ୍ରକାଶ ଯେ, କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ତେଲେଙ୍ଗାପେଣ୍ଠ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଆଜି ଜଣାପଡ଼ିଛି। ତେଲେଙ୍ଗାପେଣ୍ଠ ରାସ୍ତାକଡ଼ କେନାଲକୁ ଏକ କାର ଖସି ଯାଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଦୁର୍ଘଟଣାର କାରଣ ମଧ୍ୟ ସଠିକ ଜଣାପଡ଼ି ନାହିଁ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୁଲିସ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

Comments are closed.