Odisha Link
Bridging the Missing Links in Odisha

ଦଶହରା ଓ ଦୀପାବଳିରେ ଗ୍ରାହକଙ୍କ ପାଇଁ ଟାଟା ମୋଟର୍ସ ଲଞ୍ଚ୍ କଲା ନୂଆ ସ୍କିମ୍

ନୂଆଦିଲ୍ଲୀ : ଆଗକୁ ଦଶହରା ଓ ଦୀପାବଳି ଆସୁଛି । ଏହାକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ନିଜ ଗ୍ରାହକଙ୍କ ପାଇଁ ଅଫର୍ ଆଣିଛି। ଟାଟା ମୋଟର୍ସ HDFC ବ୍ୟାଙ୍କ୍ ସହ ଚୁକ୍ତି କରି ଦୁଇଟି ନୂଆ ସ୍କିମ୍ ଲଞ୍ଚ୍ କରିଛି।

ଏହି ସ୍କିମ୍ ନଭେମ୍ବର ୩୦ ଯାଏଁ ଜାରି ରହିବ। ଏଥିରେ ଗ୍ରାଜୁଆଲ୍ ସ୍ଟେପଅପ୍ ଓ TML ଫ୍ଲେକ୍ସି ଡ୍ରାଇଭ୍ ସ୍କିମ୍ ସାମିଲ୍ ରହିଛି। ଏହି ସ୍କିମ BS-IV ରେଞ୍ଜର ନୂଆ କାର୍ ଓ SUVs ପାଇଁ ଲାଗୁ ହେବ। ଏଥିରେ ଇଲେକ୍ଟ୍ରୋନିକ୍ ଗାଡି ମଧ୍ୟ ସାମିଲ୍ ରହିବ।

ଗ୍ରାଜୁଆଲ୍ ସ୍ଟେପଅପ୍ ସ୍କିମ୍ ଅନ୍ତର୍ଗତ ଗ୍ରାହକ ପ୍ରତି ଲକ୍ଷେ ଟଙ୍କାରେ ଅତିକମରେ ମାସକୁ ୭୯୯ ଟଙ୍କା EMI ବିକଳ୍ପ ପ୍ରାପ୍ତ କରିପାରିବେ। ଏହା ପ୍ରଡକ୍ଟ ଓ ଭେରିଏଣ୍ଟ ଛଡା ଆକର୍ଷକ ସୁଧ ଉପରେ ନିର୍ଭର କରିବ। କ୍ରେତାଙ୍କ ଟଙ୍କା ଶୁଝିବା ଆଧାରରେ EMI ଅବଧି ଧୀରେ ଧୀରେ ଦୁଇ ବର୍ଷକୁ ବୃଦ୍ଧି ପାଇବ।

ଟଙ୍କାରେ ଅତିକମରେ ପ୍ରତି ମାସରେ ୭୮୯ ଟଙ୍କା EMI ଦେବାକୁ ପ୍ରାବଧାନ ରହିଛି। ଏଥିରେ ମଧ୍ୟ ପ୍ରଡକ୍ଟ ଓ ଭେରିଏଣ୍ଟ ନିର୍ଭର କରୁଛି। ଏହାଛଡା କମ୍ପାନୀ PV ପ୍ରଡକ୍ଟ ରେଞ୍ଜରେ ଉଭୟ ସ୍କିମ୍ ଅନ୍ତର୍ଗତ ୧୦୦ ପ୍ରତିଶତ ଏକ୍ସ ଶୋ’ରୁମ୍ ଫାଇନାନ୍ସ ପ୍ରଦାନ କରିଥାଏ।

ଏହି ପ୍ରକ୍ରିୟା ପାଇଁ ଗ୍ରାହକ ଟାଟା ମୋଟର୍ସ ଡିଲରଙ୍କ ପାଖକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିପାରିବେ। ଏହାଛଡା HDFC ବ୍ୟାଙ୍କ ମାଧ୍ୟମରେ ସୁଧ ଚୟନ କରି ଗ୍ରାହକ ନିଜ ପାଇଁ କାର କିଣିପାରିବେ। ଦଶହରା ଓ ଦୀପାବଳିରେ ଟାଟା ମୋଟର୍ସ ନିଜ ଗ୍ରାହକଙ୍କ ପାଇଁ କାର କିଣିବାକୁ ସର୍ବୋତମ ମଉକା ଦେଇଛି।

Comments are closed.