Odisha Link
Bridging the Missing Links in Odisha

ଦେଶରେ କରୋନା: ୨୪ ଘଣ୍ଟାରେ ୫୫,୮୩୮ ଆକ୍ରାନ୍ତ, ୭୦୨ ମୃତ

ନୂଆଦିଲ୍ଲୀ: ଭାରତରେ କିଛି ଦିନ ହେବ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ନୂଆ ୫୫,୮୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୭୭ ଲକ୍ଷ ୬ ହଜାର ୯୪୬କୁ ପହଞ୍ଚିଛି। ଏଥିସହ ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୭ଲକ୍ଷ ୧୫ ହଜାର ୮୧୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୬୮ ଲକ୍ଷ ୭୪ ହଜାର ୫୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.