Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ +୩ ଦ୍ୱିତୀୟ ପର୍ଯ୍ୟାୟ ମେରିଷ୍ଟ୍‌ ଲିଷ୍ଟ୍

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ +୩ ଦ୍ୱିତୀୟ ପର୍ଯ୍ୟାୟ ମେରିଷ୍ଟ୍‌ ଲିଷ୍ଟ୍। +୩ କଲେଜରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଅପରାହ୍ନ ୨ଟାରେ ଏହି ତାଲିକା ବାହାରିବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୨୯ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ଅକ୍ଟୋବର ୨୭ରୁ ନଭେମ୍ବର ୩ ମଧ୍ୟରେ ନାମଲେଖା ହେବା ସହ ଛାତ୍ରଛାତ୍ରୀଙ୍କ ତଥ୍ୟ ଅପଡେଟ୍‌ କରାଯିବ।

ରାଜ୍ୟର ୧୦୨୯ +୩ କଲେଜର ୨ ଲକ୍ଷ ୪୯ ହଜାର ୭୯୦ ସିଟ୍‌ ପାଇଁ ନାମଲେଖା ହେଉଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୨୬ ହଜାର ୬୮୬ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୨୩ ହଜାର ୧୦୪ ସିଟ୍‌ ଖାଲି ରହିଛି।

Comments are closed.