Odisha Link
Bridging the Missing Links in Odisha

କରୋନା କଟକଣା ମଧ୍ୟରେ ଆଜି ମା’ଙ୍କ ଷଷ୍ଠୀ ପୂଜା

କଟକ: ମହାମାରୀ କରୋନା କଟକଣା ମଧ୍ୟରେ ଆଜି ମା’ଙ୍କ ଷଷ୍ଠୀ ପୂଜା। ପ୍ରତିବର୍ଷ ପାର୍ବଣରରେ ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳେ। ମଣ୍ଡପରେ ଆକର୍ଷଣୀୟ ତୋରଣ ସହ ମା’ଙ୍କ ଅଳଙ୍କାର, ଆଲୋକ ସାଜସଜ୍ଜା ଦେଖିବାକୁ ମିଳେ। ଚଳିତବର୍ଷ କରୋନା ମହାମାରୀ ପାଇଁ ପାର୍ବଣର ମହକ ଫିକା ପଡିଛି। ଆଜି ପୂଜା ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ। ମା’ଙ୍କ ମୃଣ୍ମୟୀ ଦେବୀଙ୍କୁ ବିଲ୍ବବରଣ କରାଯାଇ ଷଷ୍ଠୀପୂଜା ଆରମ୍ଭ ହେବ। ପରେ ମା’ଙ୍କ ଚକ୍ଷୁଦାନ ପର୍ବ ଆରମ୍ଭ ହୋମଯଜ୍ଞାଦି କରାଯିବ। କରୋନା କଟକଣା ମଧ୍ୟରେ ମା’ଙ୍କ ଘଟ ସ୍ଥାପନଠାରୁ ଆରମ୍ଭ କରାଯାଇ ମା’ଙ୍କୁ ଆରଧନା କରାଯିବ। ବିଧି ରକ୍ଷା ପାଇଁ ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିଲେ ମଧ୍ୟ ତୋରଣ, ଆଲୋକସଜ୍ଜା ନାହିଁ। କରୋନା କଟକଣା ଭିତରେ କେବଳ ମଣ୍ଡପରେ ଯାହା ମା’ଙ୍କୁ ଆବାହନ କରାଯିବ।

୫ଜଣରୁ ଅଧିକ କର୍ମକର୍ତ୍ତା ମଣ୍ଡପରେ ରହିବା ଉପରେ କଟକଣା ଜାରି କରାଯାଇଛି। ପୂଜାକୁ ବ୍ୟତୀତ ଅନ୍ୟ ସମସ୍ତ ସାଂସ୍କୃତିକ, ସାମାଜିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ନିଷେଧ କରାଯାଇଛି। ମଣ୍ଡପରେ ମା’ଙ୍କର ସୁନା, ଚାନ୍ଦି ମେଢ ଦେଖିବାକୁ ମିଳିବନି। କିଛି ପୂଜା କମିଟି ମଣ୍ଡପରେ ଫଟୋ ପୂଜା କରୁଛନ୍ତି ତ କେଉଁଡି ୪ଫୁଟ ଉଚ୍ଚର ମୂର୍ତ୍ତି ପୂଜା କରୁଛନ୍ତି।ପ୍ରତିବର୍ଷ ଦଶହରାରେ ଚଳଚଞ୍ଚଳ ହୋଇ ଉଠୁଥିବା କଟକ ଓ ଭୁବନେଶ୍ୱେର ସହର ଚଳିତ ବର୍ଷ ରାସ୍ତାଘାଟ ଜନଶୂନ୍ୟ, ପୂଜା ମଣ୍ଡପ ଖାଁଖାଁ ହୋଇପହିଛି।

ରାଜଧାନୀରେ ସହିଦନଗର, ଝାରପଡ଼ା, ବମିଖାଲ, ରସୁଲଗଡ଼, ନୂଆପଲ୍ଲୀ , ପୁରୁଣା ଭୁବନେଶ୍ବର, ଚନ୍ଦ୍ରଶେଖରପୁର, ଚକେଇସିଆଣି, ବରମୁଣ୍ଡା, ବରଗଡ଼, ଷ୍ଟେସନବଜାର, ଲକ୍ଷ୍ମୀସାଗର ବ୍ୟବସାୟୀସଂଘ, ଏକନମ୍ବର ହାଟ ପ୍ରଭୃତି ଦୁର୍ଗାପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ, ସାଜସଜ୍ଜା ସହ ମା’ଙ୍କ ପୂଜା ପାଳନ କରାଯାଏ।

 

Comments are closed.