Odisha Link
Bridging the Missing Links in Odisha

ବାଲି ଚୋରା ଚାଲଣ, ପ୍ରଶାସନ ନୀରବ ଦ୍ରଷ୍ଟା

ସୁନ୍ଦରଗଡ଼: ଦିନକୁ ଦିନ ବାଲି ଚୋରି ଥମିବାର ନା ନେଉ ନାହିଁ। ଦିନ ଦ୍ଵିପ୍ରହରରେ ଦୁର୍ବୃତ୍ତମାନେ ପୋକଲିନ୍‌ ମେସିନ ଲଗାଇ ଟ୍ରକ, ଟିପ୍ପର ଓ ଟ୍ରାକ୍ଟର ଯୋଗେ ଶହ ଶହ ଟନ୍‌ ବାଲି ଚାଲାଣ କରୁଛନ୍ତି। ଗତ ୩ ଦିନ ହେଲା ଇବ୍‌ ନଦୀ ଲଙ୍କାହୁଡ଼ା ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି।

ଘାଟକୁ ରାଜୀବ ଲୋଚନ ପଟେଲ ନାମକ ଜଣେ ବ୍ୟକ୍ତି ନିଲାମ ନେଇଥିଲେ ମଧ୍ୟ ଏଯାଏ ତାହା ତାଙ୍କୁ ହସ୍ତାନ୍ତର ହୋଇ ନାହିଁ। ସକାଳ ୫ଟା ଓ ଅପରାହ୍ନ ୫ଟାରେ ଘାଟରେ ପୋକଲିନ ଯୋଗେ ବାଲି ଉଠାଇ ଟ୍ରାକ୍ଟରରେ ବୋଝେଇ କରି ସୁନ୍ଦରଗଡ଼ ସହର ସମେତ ବିଭିନ୍ନ ଅଞ୍ଚଳକୁ ବାଲି ଚାଲାଣ କରାଯାଉଛି।

ଏହି ସମ୍ପର୍କରେ ରାଜସ୍ୱ ବିଭାଗ ଜାଣୁଥିଲେ ମଧ୍ୟ ବାଲି ଚୋରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହୁିଁ। ସ୍ଥାନୀୟ ଲୋକେ ବାଲି ଚୋରିକୁ ବିରୋଧ କରିବା ଓ ଅନେକ ସମୟରେ ବାଲି ବୋଝେଇ ଗାଡ଼ିଗୁଡ଼ିକୁ ଅଟକ ରଖି ତହସିଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ବାଧ୍ୟବାଧକତାରେ ଜରିମାନା କରୁଥିଲେ ମଧ୍ୟ ଗାଡ଼ିଗୁଡ଼ିକୁ ଜବତ ନକରି ଛାଡ଼ି ଦେଉଥିବା ଦେଖାଯାଇଛି।

Comments are closed.