ମିର୍ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍ ତାଙ୍କ ଡ୍ରୟର୍ରୁ ୨ ଲକ୍ଷ ୩୪ ହଜାର ୯ଶହ ଟଙ୍କା ଜବତ କରିଛି। ଏହାସହ ତାଙ୍କ କାର୍ଯ୍ୟାଳୟରେ ତନାଘନା କରିଛି ଭିଜିଲାନ୍ସ ଟିମ୍।
ଭିଜିଲାନ୍ସ ଅତିରିକ୍ତ ଏସ୍ପିଙ୍କ ଉପସ୍ଥିତିରେ ଏହି ଚଢ଼ଉ ହୋଇଥିଲା। ମିର୍ ରାଜା ସରକାରୀ ଅଫିସରୁ ଘରକୁ ବାହାରୁଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ପାଇ ଅଫିସରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍। ଏହାପରେ ରେଡ୍ ହୋଇଥିଲା ଓ ଏହି ସମୟରେ ତାଙ୍କ ଅଫିସ୍ ଡ୍ରୟର୍ରୁ ୨ ଲକ୍ଷ ୩୪ ହଜାର ୯ଶହ ଟଙ୍କା ମିଳିଥିଲା।
ଏତେ ଗୁଡିଏ ଟଙ୍କା କେଉଁଠୁ ଆସିଲା ତାହା ସେ ଜାଣିନଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି। ତେବେ ତଦନ୍ତ ଚାଲିଥିବାରୁ ତାଙ୍କୁ ଅଟକ ରଖାଯାଇଥିବା ଭିଜିଲାନ୍ସ ଏସ୍ପି କହିଛନ୍ତି।