Odisha Link
Bridging the Missing Links in Odisha

ଖୁବ୍‌ଶୀଘ୍ର ଆସିବ କରୋନା ଟିକା, ନାମ ପଞ୍ଜିକରଣ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଖୁବଶୀଘ୍ର କୋଭିଡ ଭ୍ୟାକ୍ସିନ ଉପଲବ୍ଧ ହୋଇପାରେ । ଏନେଇ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ୍‌ ପ୍ରସ୍ତୁିତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏଥିସହିତ ସମସ୍ତ ମେଡିକାଲ ସଂଘକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। କୋଭିଡ ଭ୍ୟାକସିନ୍‌ ପାଇଁ ଡାଟା ବେସ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏନେଇ ରାଜ୍ୟ ସକରାରଙ୍କୁ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଏଥିସହ ସମସ୍ତ ଅଙ୍ଗନଓ୍ବାଡି କର୍ମଚାରିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ।

କରୋନା ଟିକା ପାଇଁ ତାଲିକା ମାଗିଛନ୍ତି ରାଜ୍ୟ ସରକାର। ଅକ୍ଟୋବର ୨୯ ସୁଦ୍ଧା ଡାଟାବେସରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଇଛି। ଡାଟାବେସ୍‌ରେ ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ରହିବ। ଆଇଏମଏ, ଅୟୁଷ, ନର୍ସିଂ ଆସୋସିଏସନକୁ ମଧ୍ୟ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର। ଡାକ୍ତରୀ, ନର୍ସିଂ ଓ ଆୟୂଷ ସଂଘ ଗୁଡ଼ିକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.