Odisha Link
Bridging the Missing Links in Odisha

୫ ବର୍ଷ ସାନ ବୟଫ୍ରେଣ୍ଡଙ୍କୁ ବିବାହ କରିବେ ବିଗ୍ ବସ୍ ର ଏକ୍ସ ପ୍ରତିଯୋଗୀ

ମୁମ୍ବାଇ: ଖୁବ ଶୀଘ୍ର ବିଗ୍ ବସ୍ ର ଏକ୍ସ ପ୍ରତୀଯୋଗି ଗୌହର ଖାନ ବିବାହ କରିବାକୁ ଯାଉଛନ୍ତି । ଫ୍ୟାନମାନେ ତାଙ୍କ ବିବାହକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଗୌହର ଜୈଦ ଦରବାରଙ୍କୁ ଡେଟ କରୁଛନ୍ତି। ଜୈଦ ହଉଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଇଶ୍ମାଇଲ ଦରବାରଙ୍କ ପୁଅ।

ଇଶ୍ମାଇଲ ଦରବାର ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଗୌହର କିଛି ଦିନ ପୂର୍ବେ ଆମ ଘରକୁ ଆସିଥିଲେ। ଏହି ମଉକାରେ ମୋ ସ୍ତ୍ରୀଙ୍କ ସହିତ ଗୌହରଙ୍କର ଲମ୍ବା ସମୟ ଧରି କଥାବାର୍ତ୍ତା ଚାଲିଥିଲା।

ସେହି ସମୟରେ ଜଣାପଡିଥିଲା କି, ଉଭୟ ବିବାହ କରିବାକୁ ଚାହୁଁଛନ୍ତି। ଦୁଇଜଣ ଦୁଇଜଣଙ୍କ ପାଇଁ ସିରିୟସ ଅଛନ୍ତି, ତ ଆମର କିଛି ଅସୁବିଧା ନାହିଁ। ମୁଁ ଜୈଦକୁ କହିଥିଲି କି, ଗୌହର ବୟସରେ ବଡ଼ ଅଛନ୍ତି। ତେବେ ଜୈଦ, ଗୌହରଙ୍କୁ ଆମ ସହିତ ଦେଖା କରେଇବା ପାଇଁ ଚାହୁଁଥିଲା। ସତରେ, ଗୌହର ବହୁତ ଭଲ’।

ସେ ଆହୁରି କହିଥିଲେ କି, ସବୁ ଠିକ ଠାକ ରହିଲେ ଦୁହିଁଙ୍କର ଖୁବ ଶୀଘ୍ର ବିବାହ କରିବେ । ଇଶ୍ମାଇଲ ଓ ତାଙ୍କ ପତ୍ନୀଙ୍କୁ ଗୌହର ବହୁତ ପସନ୍ଦ ଆସିଛନ୍ତି।

Comments are closed.