Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସିଡିପିଓ

ଜୟପୁର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଆଉ ଜଣେ ସରକାରୀ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନନ୍ଦପୁର ସିଡିପିଓ ସିଗ୍ଧାରାଣୀ ମିଶ୍ର। ସିଗ୍ଧାରାଣୀଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍। ନିଜ କାର୍ଯ୍ୟାଳୟରେ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଡିପିଓ ସିଗ୍ଧାରାଣୀ ଧରାପଡିଛନ୍ତି। ସୂଚନା ମୁତାବକ, ମିଥ୍ୟା ବିଲ୍‌ କରାଇଦେବା ନାଁରେ ଲାଞ୍ଚ ମାଗିଥିଲେ ସିଡିପିଓ ସିଗ୍ଧାରାଣୀ।‌ ଜଣେ ଠିକାଦାରଙ୍କର ବିଲ୍ କରାଇ ଦେବାକୁ କହି ସିଡିପିଓ ଏହି ଲାଞ୍ଚ ନେଉଥିବା ଜଣାପଡିଛି।