Odisha Link
Bridging the Missing Links in Odisha

ଫେରିଯାଉଛି ମୌସୁମୀ: ଏଣିକି ଶୁଖିଲା ରହିବ ପାଗ

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରୁ ମୌସୁମୀ ଫେରିଯାଇଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ସୂଚନା ଦେଇଛନ୍ତି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ସାରା ପାଗ ଶୁଖିଲା ରହିବ। ରାତିରେ ତାପମାତ୍ରା କମ୍ ରହିବ। ଜୁନ୍ ୧ ତାରିଖରୁ ଆଜି ଯାଏଁ ସ୍ବାଭାବିକଠାରୁ ୪% ଅଧିକ ବର୍ଷା ରେକର୍ଡ ହୋଇଛି। ୧୨୫୦ ମିଲିମିଟର ବର୍ଷା ହେବା କଥା କିନ୍ତୁ ୧୩୦୦ ମିଲିମିଟର ବର୍ଷା ହୋଇଛି।

ମାଲକାନଗିରି ଓ ଝାରସୁଗୁଡାରେ ସର୍ବାଧିକ ବର୍ଷା ହୋଇଛି। ଅକ୍ଟୋବର ମାସରେ ତିନୋଟି ଲଘୁଚାପ ସୃଷ୍ଟି ହୋଇଥିବାରୁ ସାରା ରାଜ୍ୟରେ ୭୧ ପ୍ରତିଶତ ବର୍ଷା ହୋଇଥିଲା। ଭୁବନେଶ୍ବର ଓ କଟକ ଆକାଶ ମେଘମୁକ୍ତ ରହିବ । ଆଗାମୀ ୫ ଦିନ ଯାଏଁ ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୩୨ଡିଗ୍ରୀ ଓ ସର୍ବନିମ୍ନ ୨୦ଡିଗ୍ରୀ ରହିବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ପାଣିପାଗ ନିର୍ଦ୍ଦେଶକ ।

Comments are closed.