Odisha Link
Bridging the Missing Links in Odisha

ବିଦ୍ୟାଳୟରେ ବିସ୍ଫୋରଣ: ୭ ମୃତ, ୧୨୦ରୁ ଉର୍ଦ୍ଧ୍ବ ଆହତ

ପେଶାୱର: ମଙ୍ଗଳବାର ପାକିସ୍ତାନ ପେଶାୱର ଏକ ଧାର୍ମିକ ବିଦ୍ୟାଳୟରେ ବଡ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହୋଇଥିବାବେଳେ ୧୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଲେଡି ରିଡିଂ ହସ୍ପିଟାଲର ମୁଖପାତ୍ର ମହମ୍ମଦ ଅସୀମ କହିଛନ୍ତି ଯେ, ଆହତଙ୍କ ମଧ୍ୟରେ ଶିଶୁ ଅଛନ୍ତି।

ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟଟି ସହରର ଦକ୍ଷିଣ ପାର୍ଶ୍ୱରେ ଥିବା ପେଶୱାରର ରିଙ୍ଗ ରୋଡରେ ଅବସ୍ଥିତ। ପେଶୱାରର ପୋଲିସ ଅଧୀକ୍ଷକ ୱାକର ଆଜିମ କହିଛନ୍ତି ଯେ, ସକାଳର ପ୍ରଥମ ବକ୍ତୃତା ସମୟରେ ଏହି ବିସ୍ଫୋରଣ ଘଟିଛି। ଉଦ୍ଧାର ସେବା ଏବଂ ବୋମା ନିଷ୍କାସନ ସ୍କା୍ଡ୍‌ ଘଟଣାସ୍ଥଳରେ ମୃତୟନ ଅଛନ୍ତି। ବିସ୍ଫୋରଣର କାରଣ ଜଣାପଡ଼ିନଥିବାବେଳେ ତଦନ୍ତ ଜାରି ରହିଛି। ବିସ୍ଫୋରଣରେ ଆଇଇଡ଼ି ବ୍ୟବହାର କରାଯାଇଛି। ପ୍ରାୟ ୫-୬ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଛି। ଏନେଇ ତଦନ୍ତ ଚାଲିଥିବାବେଳେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରି ଦିଆଯାଇଛି।

ଜୁନ୍ ମାସରେ କରାଚିରେ ପାକିସ୍ତାନୀ ଷ୍ଟକ୍ ଏକ୍ସଚେଞ୍ଜ ଗୁଳି ବିନିମୟ ପରେ ଚଳିତ ବର୍ଷ ସାଧାରଣ ନାଗରିକଙ୍କ ଉପରେ ଏହା ସବୁଠାରୁ ମାରାତ୍ମକ ଆକ୍ରମଣ। ଟ୍ୱିଟର ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଏହି ଖବର ତାଙ୍କୁ ଅତ୍ୟନ୍ତ ଦୁଖିତ କରିଛି। ଖାନ କହିଛନ୍ତି, “ମୋର ସମବେଦନା ପୀଡିତ ପରିବାର ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ମୁଁ ମୋର ଦେଶକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ, ଏହି ଭୟାନକ ବର୍ବର ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଖାନ୍ କହିଛନ୍ତି।

Comments are closed.