ରାଜ୍ୟରେ କରୋନା: ୨୪ ଘଣ୍ଟା ମଧ୍ୟରେ୧୨୪୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ୧୨୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୩୯୪୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୭୨୯ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୧୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ଦିଆଯାଇଛି।
Covid-19 Report For 26th October
New Positive Cases: 1247
In quarantine: 729
Local contacts: 518(Details of local contacts will be shared by concerned District Administration)
District Wise Cases:
1. Angul: 69
2. Balasore: 23
3. Bargarh: 32
4. Bhadrak: 7
5. Balangir: 68— I & PR Department, Odisha (@IPR_Odisha) October 27, 2020
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୯ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩ଜଣ, ବରଗଡ଼ ଜିଲ୍ଲାରୁ ୩୨ଜଣ, ଭଦ୍ରକ ଜିଲ୍ଲାରୁ ୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୮ଜଣ, ବୌଦ୍ଧ ଜିଲ୍ଲାରୁ ୩୭ଜଣ, କଟକ ଜିଲ୍ଲାରୁ ୧୦୫ଜଣ, ଦେଓଗଡ଼ ଜିଲ୍ଲାରୁ ୧୬ଜଣ, ଢେଙ୍କାନାଳ ଜିଲ୍ଲାରୁ୪୦ଜଣ,ଗଞ୍ଜାମ ଜିଲ୍ଲାରୁ ୧୭ଜଣ, ଜଗତସିଂହପୁର ଜିଲ୍ଲାରୁ ୫୪ଜଣ, ଯାଜପୁର ଜିଲ୍ଲାରୁ ୩୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୫ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦ଜଣ, କନ୍ଧମାଳ ଜିଲ୍ଲାରୁ ୧୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୯ଜଣ, କେନ୍ଦୁଝର ଜିଲ୍ଲାରୁ ୪୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୦୬ଜଣ, କୋରାପୁଟ ଜିଲ୍ଲାରୁ ୨୬ଜଣ, ମାଲକାନଗିରି ଜିଲ୍ଲାରୁ ୧୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨ଜଣ, ନୟାଗଡ଼ ଜିଲ୍ଲାରୁ ୧୪ଜଣ, ନୂଆପଡା ଜିଲ୍ଲାରୁ ୩୮ଜଣ, ପୁରୀ ଜିଲ୍ଲାରୁ ୨୨ଜଣ, ରାୟଗଡ଼ା ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୨୪ଜଣ, ସୋନପୁର ଜିଲ୍ଲାରୁ ୧୮ଜଣ, ସୁରନ୍ଦରଗଡ଼ ଜିଲ୍ଲାରୁ ୯୬ଜଣ, ଷ୍ଟେଟ୍ ପୁଲ୍ରୁ ୨୯ଜଣ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮୩୯୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬୫୧୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୬୬୧୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୪୩୮୫୨୫୯ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।